୨୬ ଜୁଲାଇ, ବୁଧବାର: କେମିତି କଟିବ ଆଜିର ଦିନ

ମେଷ- ଜୀବନରେ ବଡ଼ ପରିବର୍ତ୍ତନ ହେବ। ମାଲିମକଦମାରେ ସମସ୍ୟା ଯୋଗ ରହିଛି। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି।

ବୃଷ- ରୋଜଗାର ବଢ଼ିବ। ଉପହାର ପାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ- ଅଟକି ରହିଥିବା ଅର୍ଥ ମିଳିବ। ମାନ-ସମ୍ମାନ ମିଳିବ। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେବ।

କର୍କଟ- କର୍ମକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି। ଆର୍ଥିକ ଲାଭ ମିଳିବ। ସଂପତ୍ତି କିଣି ପାରନ୍ତି।

ସିଂହ- ଯିବାଆସିବା ବେଳେ ସତର୍କ ରୁହନ୍ତୁ। ଦୁର୍ଘଟଣା ଘଟିପାରେ। ମାଲିମକଦମାରେ ବିଜୟୀ ହେବେ।

କନ୍ୟା- ପ୍ରେମ ସଂପର୍କରେ ଫାଟ ଦେଖାଯାଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜର ମାନସମ୍ମାନ ଉପରେ ଧ୍ୟାନ ଦିଅନ୍ତୁ।

ତୁଳା- ଜୀବନସାଥୀଙ୍କର ଉନ୍ନତି ହେବ। ନୂଆ କାମ ମିଳିପାରେ। ଧନପ୍ରାପ୍ତି ଯୋଗ ରହିଛି।

ବିଛା- ବିବାଦରୁ ଦୂରେଇ ରୁହନ୍ତୁ। ପଦପଦବୀରେ ସୁଧାର ହେବ। ସନ୍ତାନସନ୍ତତିଙ୍କ ଆଡୁ କୌଣସି ଚିନ୍ତା ଥିଲେ ଦୂର ହେବ।

ଧନୁ- ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଅଚାନକ ଧନପ୍ରାପ୍ତି ହୋଇପାରେ। ତେବେ ସେହି ଅର୍ଥକୁ ଗ୍ରହଣ କରନ୍ତୁ ନାହିଁ।

ମକର- ମାନସମ୍ମାନ ମିଳିବ। ବ୍ୟବସାୟରେ ଫାଇଦା ମିଳିବ। ଅନେକ ଜିନିଷ କିଣି ପାରନ୍ତି।

କୁମ୍ଭ- ବ୍ୟବସାୟରେ ମନମୁତାବକ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତି ହେବ।

ମୀନ- ନୂଆ ଚାକିରି ମିଳିପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।