ଧୂମ୍ରପାନ ନା କରନ୍ତୁ, ନା କରିବାକୁ ଦିଅନ୍ତୁ: ଜାଣନ୍ତୁ କିଏ, କେମିତି ଛାଡିଲେ ଅଭ୍ୟାସ୍‌

ଧୂମ୍ରପାନ ଶରୀର ପ୍ରତି କ୍ଷତିକାରକ। ଏ କଥା ସମସ୍ତେ ଜାଣିଥାନ୍ତି। ହେଲେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପକ୍ଷେ ଏହାକୁ ଛାଡିବା କାଠିକର ପାଠ ହୋଇଥାଏ। ବିଶେଷ କରି ଫିଲ୍ମ ଜଗତରେ ପ୍ରାୟ ସବୁ କଳାକାରଙ୍କୁ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଥାଏ। ରିଲ୍‌ ଲାଇଫ୍‌ରେ ଏପରି ହେଉଥିଲେ ମଧ୍ୟ ଏମିତି ବହୁ କଳାକାର ଅଛନ୍ତି ଯେଉଁମାନେ ଧୂମ୍ରପାନ କରି ନ ଥାନ୍ତି ଅଥବା ସିଗାରେଟ୍‌ ଛାଡି ସାରିଛନ୍ତି। ଆସନ୍ତୁ ଜାଣିବା ବି-ଟାଉନ୍‌ର ଏମିତି କିଛି ସ୍ମୋକର ଆକ୍ଟରଙ୍କ ସମ୍ପର୍କରେ […]

nana

nana

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 09:30 PM IST

Sports

Latest News

ଧୂମ୍ରପାନ ଶରୀର ପ୍ରତି କ୍ଷତିକାରକ। ଏ କଥା ସମସ୍ତେ ଜାଣିଥାନ୍ତି। ହେଲେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପକ୍ଷେ ଏହାକୁ ଛାଡିବା କାଠିକର ପାଠ ହୋଇଥାଏ। ବିଶେଷ କରି ଫିଲ୍ମ ଜଗତରେ ପ୍ରାୟ ସବୁ କଳାକାରଙ୍କୁ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଥାଏ। ରିଲ୍‌ ଲାଇଫ୍‌ରେ ଏପରି ହେଉଥିଲେ ମଧ୍ୟ ଏମିତି ବହୁ କଳାକାର ଅଛନ୍ତି ଯେଉଁମାନେ ଧୂମ୍ରପାନ କରି ନ ଥାନ୍ତି ଅଥବା ସିଗାରେଟ୍‌ ଛାଡି ସାରିଛନ୍ତି। ଆସନ୍ତୁ ଜାଣିବା ବି-ଟାଉନ୍‌ର ଏମିତି କିଛି ସ୍ମୋକର ଆକ୍ଟରଙ୍କ ସମ୍ପର୍କରେ ଯେଉଁମାନେ ସିଗାରେଟ୍‌କୁ ଅଲ୍‌ବିଦା କରିଛନ୍ତି।

salmanସଲମାନ ଖାନ: ଭାଇଜାନ୍‌ଙ୍କୁ କିଏ ବା ସିଗାରେଟ୍‌ ଟଣାରେ ପଛରେ ପକାଇ ପାରିବ। ‘ତେରେ ନାମ୍‌’ରେ ଲମ୍ବା ବାଳକୁ ଗୋଟେ ପରେ ଗୋଟେ ସିଗାରେଟ୍‌ ଟଣା ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏକଦା ଧୂମ୍ରପାନରେ ମାହିର ଏହି ଦବଙ୍ଗ ଷ୍ଟାର ଆଉ ସିଗାରେଟ୍‌କୁ ହାତ ଲଗାଉ ନାହାନ୍ତି। ଏବେ ସେ ତାଙ୍କ ସ୍ୱାସ୍ଥ୍ୟପ୍ରତି ପୂରା ଯତ୍ନବାନ ଅଛନ୍ତି।

ହ୍ରିତିକ ରୋସନ: ହ୍ରିତିକଙ୍କୁ ସିଗାରେଟ୍‌ ଛାଡିବାକୁ ବହୁତ ସମୟ ଲାଗିଥିଲା। ୫ ଥର ପ୍ରୟାସ କରି ବିଫଳ ହୋଇଥିଲେ ସେ। ପରେ ଏକ ବହି ପଢି ସିଗାରେଟ୍‌ ଛାଡିବାର ଉପାୟ ଜାଣିଥିଲେ ଓ ଏହାକୁ କାମରେ ଲଗାଇ ଥିଲେ। ଯାହା ତାଙ୍କୁ ବହୁତ୍‌ ଫାଇଦା ଦେଇଥିଲା ଓ ସେ ଏବେ ସ୍ମୋକିଂ ଠାରୁ କାହିଁ କେତେ ଦୂରରେ।

actor-quit-smoke_8_iଅମିର ଖାନ: ମିଷ୍ଟର ପରଫେକ୍ଟ ମଧ୍ୟ ଏକଦା ସ୍ମୋକିଂ କରୁଥିଲେ। ୨୦୧୧ରେ ତାଙ୍କ ସାନ ପୁଅ ଆଜାଦ ଜନ୍ମ ହେବା ପରେ ସେ ସିଗାରେଟ୍‌କୁ ଅଲ୍‌ବିଦା କହି ଦେଇଥିଲେ।

ସୈଫଲ୍ଲୀ ଖାନ: ଛୋଟା ନବାବଙ୍କ ଉପରେ ସ୍ମୋକିଂର ଅସର ସବୁଠୁ ଅଧିକା ପଡିଥିଲା। ସେ ଥିଲେ ଚେନ୍‌ ସ୍ମୋକର। ଏପରିକି ଧୂମ୍ରପାନ ଯୋଗୁଁ ସେ ଥରେ ହୃଦଘାତର ମଧ୍ୟ ସମ୍ମୁଖୀନ ହୋଇଥିଲେ। ଏହାପରେ ସେ ଜେଣ୍ଟିଲ ମ୍ୟାନ୍‌ ବନି ଯାଇଥିଲେ।

ଅର୍ଜୁନ ରାମପାଲ: କଲେଜ ଦିନରୁ ସ୍ମୋକିଂର ବଦଭ୍ୟାସ୍‌ରେ ପଡି ଯାଇଥିଲେ ଅର୍ଜୁନ। ତାଙ୍କ ପାଇଁ ସିଗାରେଟ୍‌ ଛାଡିବା ସହଜ ନ ଥିଲା। ଖରାପ ଅଭ୍ୟାସ ଛାଡିବାକୁ ବହୁତ ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ। ପିଲାଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ଅନୁଭବ କରିବା ପରେ ସେ ସିଗାରେଟ୍‌କୁ ଟାଟା ବାଏ ବାଏ କରିଦେଲେ।

bibekଅଜୟ ଦେବଗନ: ବି-ଟାଉନର ଲଭ ବାର୍ଡ ଏମିତିରେ ଅଜୟ ଓ କାଜଲଙ୍କୁ କୁହାଯାଇ ନ ଥାଏ। ସିଗାରେଟ୍‌ର ବଦଭ୍ୟାସ୍‌ରେ ଚୂର ଅଜୟଙ୍କୁ ଏକମାତ୍ର କାଜଲ ହିଁ ବାହାରକୁ ଆଣିପାରିଥିଲେ। ଯିଏ ଯାହା କହିଲେ ବି ଅଜୟଙ୍କ ଉପରେ କିଛି ଅସର କରୁ ନ ଥିଲା। ହେଲେ କାଜଲଙ୍କ ବାରମ୍ବାର ଆକଟ ଯୋଗୁଁ ଅଜୟ ସିଗାରେଟ୍‌ ଛାଡି ଦେଇଥିଲେ।

କୋଙ୍କଣା ସେନ ଶର୍ମା: ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ମଧ୍ୟ ଚେନ୍ ସ୍ମୋକର ଥିଲେ। ହେଲେ ମାଆ ହେବା ପରେ ସେ ସ୍ମୋକିଂ ଛାଡି ଦେଇଥିଲେ।

ରଣବୀର କପୁର: ରଣବୀର କପୁର ମଧ୍ୟ କଲେଜ ଦିନରୁ ସ୍ମୋକିଂ କରୁଥିଲେ। ହେଲେ ମାଆଙ୍କ ଆକଟ୍‌ ପରେ ସେ ଏହାକୁ ଛାଡି ଦେଇଛନ୍ତି।

saiphaliନାନା ପାଟେକର: ଦିନ ଥିଲା ନାନା ପାଟେକରଙ୍କ ହାତରୁ ସିଗାରେଟ୍‌ ଖସୁ ନ ଥିଲା। ଭଉଣୀଙ୍କ ମନା କରିବା ପରେ ସେ ଏହି ଅଭ୍ୟାସ୍‌ ଛାଡି ଦେଇଥିଲେ।

ବିବେକ ଓବରୟେ: ସିଗାରେଟ୍‌ ବିବେକଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲା। ସେ ଏତେ ମାତ୍ରାରେ ସ୍ମୋକିଂ କରୁଥିଲେ ଯେ, ତାଙ୍କୁ କ୍ୟାନସର ହୋଇଯାଇଥିଳା। ଭାଗ୍ୟ ଭଲ ଥିଲା  ପ୍ରଥମ ଷ୍ଟେଜରୁ ହି ତାଙ୍କୁ ରୋଗ ଜଣାପଡି ଯାଇଥିଲା। ଏହାପରେ ସେ ସିଗାରେଟ୍‌ ଛାଡିଦେଇଥିଲେ। ଏବେ ସେ ୱାଲ୍ଡ ହେଲଥ୍‌ ଅରଗାନାଇଜେସନ୍‌ର ବ୍ରାଣ୍ଡ ଆମ୍ବାସାଡାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos