୨୦ ଜୁଲାଇ, ଗୁରୁବାର: କେମିତି କଟିବ ଆଜିର ଦିନ

ମେଷ- ମାଲିମକଦମାରେ ସଫଳତା ମିଳିବ। ଅନେକ ଶୁଭ ସମାଚାର ମିଳିବ। ଆର୍ଥିକ ଦିଗଟି ମଜବୁତ ହେବ।

ବୃଷ-କାହାରିକୁ ଅର୍ଥ ଦିଅନ୍ତୁ ନାହିଁ ଅବା କରଜ ଆଣନ୍ତୁ ନାହିଁ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମିଥୁନ- ମାନସମ୍ମାନ ମିଳିବ। ଯାତ୍ରା ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ।

କର୍କଟ- ଜୀବନସାଥୀଙ୍କ ସହଯୋଗ ମିଳିବ। ଧନଲାଭ ହେବ। ଯାନବାହନରେ ଯିବାଆସିବା ବେଳେ ସାବଧାନତା ଅବଳମ୍ବନ କରନ୍ତୁ।

ସିଂହ- ନୂଆ ସଂପତ୍ତି କିଣିବେ। ଚାକିରିରେ ପରିବର୍ତ୍ତନ ହୋଇପାରେ। ଅର୍ଥହାନି ଯେପରି ନହୁଏ ସେଥିପ୍ରତି ଯତ୍ନବାନ ହୁଅନ୍ତୁ।

କନ୍ୟା- ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯାତ୍ରା ଯୋଗ ରହିଛି। ଶନିଦେବଙ୍କ ପୂଜା କରନ୍ତୁ।

ତୁଳା- ଜୀବନଚର୍ଯ୍ୟାରେ ସୁଧାର ଆସିବ। ଜମି, ଘର ଅବା ଗାଡ଼ି ଆଦି କିଣିପାରନ୍ତି। ସମ୍ମାନିତ ହୋଇପାରନ୍ତି।

ବିଛା- କିଛି ସଂପତ୍ତି କିଣି ପାରନ୍ତି। ଖାଇବାପିଇବା ଉପରେ ଧ୍ୟାନ ଦିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ- ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ତେଣୁ ଯିବାଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ମା’ଙ୍କ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ।

ମକର- କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା-ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରୁଥିଲେ ବାତିଲ କରି ଦିଅନ୍ତୁ।

କୁମ୍ଭ- ଉପହାର ପାଇପାରନ୍ତି। ଚାକିରିରେ ପରିବର୍ତ୍ତନ ହୋଇପାରେ। ବଡ଼ ଧରଣର ଆର୍ଥିକ ଲାଭ ହୋଇପାରେ।

ମୀନ- ଚାକିରିରେ ସମସ୍ୟା ଉପୁଜିପାରେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ବିଶେଷ ଧ୍ୟାନ ଦିଅନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।