Advertisment

ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟରୁ A1, A2 ଲେବଲ୍ ହଟାଇବାକୁ ନିର୍ଦ୍ଦେଶ

ସମସ୍ତ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ, ଯେପରିକି ଘିଅ, ଦହି ଏବଂ ପନିରରେ A1, A2 ଲେଖିବାକୁ ବାରଣ କରାଯାଇଛି।

ଅଦ୍ୟତନ ହୋଇଛି
Milk Packet

Milk Packet

Advertisment

ଏଣିକି ଆଉ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ରହିବନି ଲେବଲ୍। ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ A1 ଓ A2 ଲେବଲ୍ ଲେଖିବାକୁ ବାରଣ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ସମସ୍ତ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ, ଯେପରିକି ଘିଅ, ଦହି ଏବଂ ପନିରରେ A1 ଓ A2 ଲେଖିବାକୁ ବାରଣ କରାଯାଇଛି।

Advertisment

ଏହା ଉପଭୋକ୍ତାଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରୁଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା FSSAI ପକ୍ଷରୁ କୁହାଯାଇଛି। FSSAI କହିଛି ଯେ, A1 ଓ A2 ପ୍ରୋଟିନ୍‌ ସଂପର୍କରେ ପ୍ୟାକେଟରେ ଲେଖିବା ବିଭ୍ରାନ୍ତିକର। ଏହା ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିଥାଏ। ତେଣୁ ଆଗକୁ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟରେ A1 ଓ A2 ଲେବଲ୍ ରହିବ ନାହିଁ।

ଯଦି ପୂର୍ବରୁ ଛାପା ବା ପ୍ରିଣ୍ଟ୍ ହୋଇଥିବା ପ୍ୟାକେଟରେ ଲେବଲ୍ ରହିଥାଏ, ତେବେ ୬ ମାସ ମଧ୍ୟରେ ଏହାକୁ ହଟାଇବାକୁ FSSAI ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ଯାଞ୍ଚ ପରେ FSSAI କହିଛି ଯେ, କ୍ଷୀରର A1 ଓ A2 ଲେବଲ୍ ପ୍ରୋଟିନ୍ (ବିଟା-କେସିନ୍)ର ପାର୍ଥକ୍ୟ ସହିତ ଜଡ଼ିତ। କ୍ଷୀର ପ୍ୟାକେଟରେ A2 ଥିଲେ ଏହା ଫ୍ୟାଟ୍ ବୋଲି ଦର୍ଶାଇବା ବିଭ୍ରାନ୍ତକର ଓ ଏହା FSS ଅଧିନିୟମ, 2006 ଏବଂ ଏହା ଅଧୀନରେ କରାଯାଇଥିବା ନିୟମାବଳୀ ଅନ୍ତର୍ଗତ ନୁହେଁ।

ଖାଦ୍ୟ ନିରାପତ୍ତା ଏବଂ ମାନକ ନିୟମାବଳୀ, ୨୦୧୧ ଅନୁସାରେ ମଧ୍ୟ ମିଲ୍କ ପ୍ୟାକଟରେ ଦର୍ଶାଯାଉଥିବା A1 ଓ A2 ଲେବଲ୍ କ୍ଷୀରର ଭିନ୍ନତାକୁ ଉଲ୍ଲେଖ କରେ ନାହିଁ। ତେଣୁ ଏସବୁ ଲେବଲ୍ ଥିଲେ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। 

A1-A2 Labeling Milk Product Food Safety Body FSSAI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe