Advertisment

ବୌଦ୍ଧ ଭିକ୍ଷୁଙ୍କୁ ଏମିତି ସଫଳତାର ସୂତ୍ର ବୁଝାଇଲା ଏହି କ୍ଷୁଦ୍ର ଜୀବ

ଆପଣ କ’ଣ ଜୀବନରେ ହାରିଯାଇଛନ୍ତି କି ? ଆପଣ ନିଜକୁ ହତଭାଗ୍ୟ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସଫଳତା ଆପଣଙ୍କ ଭାଗ୍ୟରେ ନାହିଁ ବୋଲି। ଆପଣ ଯଦି ଜୀବନରେ ସଂଘର୍ଷ କରି ଶିଖିଛନ୍ତି ତେବେ ଏମିତି ଭାବିବା ହିଁ ଭୁଲ୍‌। କାରଣ ଆପଣଙ୍କ ପାଇଁ ଭଲ ଦିନ ଆସିବାକୁ ଆଉ ବେଶୀ ବିଳମ୍ବ ନାହିଁ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଆଉ ଜୀବନରେ ପରାଜୟ କ’ଣ ଭୁଲି ଯାଆନ୍ତୁ। ଥରେ ଜଣେ ବୌଦ୍ଧ ଭିକ୍ଷୁ ଜଙ୍ଗଲରେ […]

ଅଦ୍ୟତନ ହୋଇଛି
ବୌଦ୍ଧ ଭିକ୍ଷୁଙ୍କୁ ଏମିତି ସଫଳତାର ସୂତ୍ର ବୁଝାଇଲା ଏହି କ୍ଷୁଦ୍ର ଜୀବ

Galpara-Mahata-Bani-OMM-2

Advertisment

ଆପଣ କ’ଣ ଜୀବନରେ ହାରିଯାଇଛନ୍ତି କି ? ଆପଣ ନିଜକୁ ହତଭାଗ୍ୟ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସଫଳତା ଆପଣଙ୍କ ଭାଗ୍ୟରେ ନାହିଁ ବୋଲି। ଆପଣ ଯଦି ଜୀବନରେ ସଂଘର୍ଷ କରି ଶିଖିଛନ୍ତି ତେବେ ଏମିତି ଭାବିବା ହିଁ ଭୁଲ୍‌। କାରଣ ଆପଣଙ୍କ ପାଇଁ ଭଲ ଦିନ ଆସିବାକୁ ଆଉ ବେଶୀ ବିଳମ୍ବ ନାହିଁ।

Advertisment

ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଆଉ ଜୀବନରେ ପରାଜୟ କ’ଣ ଭୁଲି ଯାଆନ୍ତୁ।

ଥରେ ଜଣେ ବୌଦ୍ଧ ଭିକ୍ଷୁ ଜଙ୍ଗଲରେ ବୁଲୁଥିଲେ। କିଛି ଲୋକ ଏକ ମହୁଫେଣାକୁ ଗଛରୁ କାଟି ନେବା ପାଇଁ ପୂରା ଦମ୍‌ରେ ଲାଗିଥିବା ତାଙ୍କ ଆଖିରେ ପଡ଼ିଲା। ସେମାନେ ନିଆଁ ଲଗାଇ ମହୁମାଛିମାନଙ୍କୁ ଘଉଡ଼ାଇବାରେ ଲାଗିଥିଲେ। କିଛି ମହୁମାଛି ଜଳିପୋଡ଼ି ମରିଗଲେ ଓ ଆଉ କିଛି ମହୁମାଛି ନିଆଁ ଧାସରୁ ବର୍ତ୍ତିବା ପାଇଁ ଦୂରକୁ ଉଡ଼ିପଳାଇଗଲେ। ଲୋକମାନେ ଶେଷରେ ମହୁଫେଣାକୁ କାଟି ଜଙ୍ଗଲରୁ ବାହାରିଗଲେ।

ଏହି ଦୃଶ୍ୟ ଦେଖିବା ପରେ ବୌଦ୍ଧ ଭିକ୍ଷୁଙ୍କୁ ବହୁ କଷ୍ଟ ହେଲା। ସେ ଉକ୍ତ ଗଛ ମୂଳକୁ ଯାଇ କିଛି ମହୁମାଛିଙ୍କୁ ମରିପଡ଼ିଥିବା ଦେଖିଲେ। ଦୁର୍ବଳ ଉପରେ ସବଳର ଅତ୍ୟାଚାର ଦେଖି ସେ ବହୁତ ଦୁଃଖୀ ହେଲେ। ସେ ତୁରନ୍ତ ଗଛମୂଳରେ ବସି ମୃତ ମହୁମାଛିଙ୍କ ଉଦ୍ଦେଶ୍ୟରେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ ‘ ହେ ଈଶ୍ୱର, ଏମାନଙ୍କ ଆତ୍ମାକୁ ଶାନ୍ତି ମିଳୁ’।

Advertisment

ଭିକ୍ଷୁ ଜଣକ ତାଙ୍କ ସିଦ୍ଧି ବଳରେ ପଶୁପକ୍ଷୀଙ୍କ କଥା ବୁଝିପାରୁଥିଲେ। ସେ ଗଛ ମୂଳରେ ଉଡ଼ୁଥିବା ଏକ ମହୁମାଛିକୁ ପଚାରିଲେ, ‘ତୁମକୁ କଷ୍ଟ ହେଉ ନାହିଁ? ଏ ଲୋକମାନେ ତୁମର ବହୁକଷ୍ଟ ଉପାର୍ଜିତ ମହୁକୁ ଲୁଟି ନେଲେ। ମହୁମାଛିଟି ଏକ ଭାବପୂର୍ଣ୍ଣ ଉତ୍ତର ଦେଇ କହିଲା, ‘ହେ ମହାତ୍ମା, ଏହି ଲୋକମାନେ ଆମକୁ ବେଘର କରି ସବୁ ଲୁଟିନେବେ ବୋଲି ଆମେ ଜାଣିଥିଲୁ। ତଥାପି ଆମେ ଆମ କର୍ମରେ ଅବହେଳା କରିନାହୁଁ। ଏହି ଲୋକମାନଙ୍କର ବଳ ଅଧିକ। ସେମାନେ ଆମର ମହୁଫେଣା କାଟିନେବେ। ହେଲେ ଶତଚେଷ୍ଟା କଲେ ମଧ୍ୟ ମହୁ ତିଆରି କଳା ଆମ ପାଖରୁ ଲୁଟିପାରିବେ ନାହିଁ।’mahu

ଭିକ୍ଷୁ କହିଲେ, ‘ସତ୍ୟ କଥା। ଈଶ୍ୱର ତୁମମାନଙ୍କୁ ସେହି କଳା ଦେଇଛନ୍ତି।’

ଭିକ୍ଷୁ ପୁଣି ପଚାରିଲେ, ‘ତୁମେ ଯେଉଁ ଧର୍ମ କର୍ମ କଥା କହୁଛ ତାହା କ’ଣ? ମହୁମାଛିଟି ଉତ୍ତର ଦେଲା, ‘ଫୁଲରୁ ଫୁଲ ଉଡ଼ିବୁଲି ମହୁ ସଂଗ୍ରହ କରିବା ଆମ କର୍ମ ଆଉ ଧର୍ମ। ଆମେ କର୍ମରେ ଅବହେଳା କଲେ ଆମକୁ ମୃତ୍ୟୁର ସାମନା କରିବାକୁ ପଡ଼ିବ। ତେଣୁ ଆମେ କର୍ମ କରିଚାଲିଛୁ। ଲୋକେ ଆମର ମହୁ ଯେତେ ଲୁଟିନେଲେ ବି ଆମେ କର୍ମ କରି ଚାଲିଥିବୁ।’

ଭିକ୍ଷୁ କହିଲେ, ବେଘର ହୋଇଗଲା ପରେ ତୁମେ ସେହି ଯନ୍ତ୍ରଣା କିପରି ଲାଘବ କରୁଛ? ମହୁମାଛିଟି ଉତ୍ତରଦେଲା, ‘ଆମେ ନିର୍ଦ୍ଦିଷ୍ଟ ଲକ୍ଷ୍ୟପଥରେ ରହିଛୁ। କୌଣସି ପରିସ୍ଥିତିରେ ମଧ୍ୟ ଆମେ ଲକ୍ଷ୍ୟପଥରୁ ବିଚ୍ୟୁତ ହେଉନାହୁଁ। ଆମେ ଶୃଙ୍ଖଳାରେ ବିଶ୍ୱାସ କରୁ। ଆମେ ଶୃଙ୍ଖଳିତ ଓ ସଂଗଠିତ ଥିବାରୁ ଲୋକେ ଆମକୁ ଯେତେଥର ବେଘର କଲେ ବି ପୁଣି ଆମେ କିଛି ଦିନ ପରେ ଆଉ ଏକ ମହୁଫେଣା ତିଆରି କରୁ।’publive-image

ଭିକ୍ଷୁ କହିଲେ, ଜୀବନସାରା ଖାଲି କର୍ମ। କର୍ମ କରି କରି ତୁମେ ବିରକ୍ତ ହୋଇଯାଅ ନାହିଁ? ତୁମେ ଏ ମଣିଷମାନଙ୍କୁ କାହିଁକି ଅଭିଶାପ ଦିଅ ନାହିଁ।

ମହୁମାଛିଟି ଆହୁରି ଭାବପୂର୍ଣ୍ଣ ଉତ୍ତର ଦେଇ କହିଲା, ‘ଭାଙ୍ଗିବା ହେଉଛି ମଣିଷର କାମ, ଆଉ ଗଢ଼ିବା ହେଉଛି ଆମର କାମ। ମଣିଷ ଆମକୁ ବାରମ୍ବାର ବେଘର କରୁଥିବାରୁ ଆମେ ଅଧିକ ସାହସର ସହିତ କାମ କରୁ। ପରାଜୟ ଆମ ଜୀବନରେ ନାହିଁ। ଆମ ଜୀବନର ଅନ୍ୟ ନାମ ସଂଘର୍ଷ। ମଣିଷ ଆମକୁ ଯେତେ ଥର ବେଘର କଲେ ବି ପୁଣି ଆମେ ଘର ତିଆରି କରୁଛୁ। ତେଣୁ ଆମେ ସବୁବେଳେ ହିଁ ଜିତୁଛୁ। ବିଜୟ ସବୁବେଳେ ଆମର ହିଁ ହେଉଛି। ମଣିଷର ନୁହେଁ। ତା’ ଛଡ଼ା ମଣିଷ ଆମର ଶତ୍ରୁ କାହିଁକି ହେବ? ଆମେ ତାଙ୍କୁ ଅଭିଶାପ କାହିଁକି ଦେବୁ? ଆମ ପରିଶ୍ରମରେ ଅନ୍ୟର ଉପକାର ହୋଇପାରୁଛି, ଆଉ ସେଥିପାଇଁ ଆମେ ଗର୍ବିତ।’

ଭିକ୍ଷୁ ଜଣଙ୍କ କହିଲେ, ‘ଧନ୍ୟ ତୁମ ଜୀବନଶୈଳୀ, ତୁମମାନଙ୍କ ମନରେ ବି ଏହି ଚିରଶତ୍ରୁଙ୍କ ପ୍ରତି ଦୟା ରହିଛି। ତୁମ ଜୀବନ ସାର୍ଥକ ହେଉ’। ମହୁମାଛିର କଥାରେ ଭିକ୍ଷୁ ଏତେ ପ୍ରୀତ ହୋଇଗଲେ ଯେ ତୁମେ ଆଜିଠାରୁ ମୋର ଗୁରୁ ହେଲ ବୋଲି ମହୁମାଛିଟିକୁ କହିଲେ।

ଏ ଗଳ୍ପର ସାରମର୍ମ ହେଉଛି- ଜୀବନରେ ଯଦି ସଂଘର୍ଷ ନାହିଁ ତେବେ ଜୀବନର ମାନେ କିଛି ନାହିଁ। ମହୁମାଛି ଜୀବନସାରା ସଂଘର୍ଷ କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଦୁଃଖ କି ଅନୁଶୋଚନା ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe