ସିଏଜି ଧରିଲେ ସ୍କଲାରସିପ୍ ଦୁର୍ନୀତି: ମନଇଚ୍ଛା ଲୁଟିଛନ୍ତି ଶିକ୍ଷାନୁଷ୍ଠାନ ଓ ବିଭାଗୀୟ ଅଫିସର, ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ସୁପାରିଶ

ଖୋର୍ଦ୍ଧା ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କ ନାଁ ଜାଲିଆତି କରି ଏହି ଅଫିସରମାନଙ୍କୁ ଧରି କୋଟିକୋଟି ଟଙ୍କା ଲୁଟି ନେଇଥିବା ସିଏଜିଙ୍କ ଅଡିଟରୁ ଜଣାପଡ଼ିଛି ।

CAG

ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ମହାଲେଖାକାର ରାଜକୁମାର, ମହାଲେଖାକାର ବିଶ୍ୱନାଥ ସିଂହ

Ordigital Desk
  • Published: Wednesday, 11 September 2024
  • Updated: 11 September 2024, 09:35 PM IST

Sports

Latest News

ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମାଟ୍ରିକ ପରବର୍ତ୍ତୀ ଉଚ୍ଚଶିକ୍ଷା ସ୍କଲାରସିପ(ପିଏମଏସ) ରେ ବ୍ୟାପକ ଦୁର୍ନୀତି ହୋଇଛି । ୨୦୧୭-୧୮ ମସିହାରୁ ୨୦୨୦-୨୧ ମସିହା ମଧ୍ୟରେ ଏହି ସ୍କଲାରସିପ୍ ଦେବା ଆଳରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଫିସରମାନେ ସବୁ ନୀତିନିୟମକୁ ଫୁ’ କରି କୋଟିକୋଟି ଟଙ୍କା ହେରଫେର କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କ ନାଁ ଜାଲିଆତି କରି ଏହି ଅଫିସରମାନଙ୍କୁ ଧରି କୋଟିକୋଟି ଟଙ୍କା ଲୁଟି ନେଇଥିବା ସିଏଜିଙ୍କ ଅଡିଟରୁ ଜଣାପଡ଼ିଛି । ତେଣୁ ଏଭଳି ହେରଫେର କରି ରାଜକୋଷକୁ କ୍ଷତି ପହଂଚାଇଥିବା ଅଫିସରମାନଙ୍କୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉତ୍ତରଦାୟୀ କରିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ନିମନ୍ତେ ସିଏଜି ସୁପାରିଶ କରିଛନ୍ତି ।

ଆଜି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବାପରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ମହାଲେଖାକାର ରାଜକୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଏହି ଅଡିଟ୍ ରିପୋର୍ଟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅନୁସୂଚିତ ଅଂଚଳରେ ଜମି ପରିଚାଳନା,୨୦୨୩ ମାର୍ଚ୍ଚରେ ସମାପ୍ତ ବର୍ଷ ପାଇଁ ରାଜ୍ୟର ଆର୍ଥିକ ସ୍ଥିତିର ପ୍ରତିବେଦନ, ୨୦୨୨ ମାର୍ଚ୍ଚର ସମାପ୍ତ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ସମ୍ପର୍କିତ ଅନୁପାନଳ ସମୀକ୍ଷା ପ୍ରତିବେଦନ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି ।

Also Read

ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାରେ ଏହି ସ୍କଲାରସିପ୍ ମନଇଚ୍ଛା ବଂଟନ କରାଯାଇଛି । ୨୦୧୮-୧୯ରେ ପ୍ରାୟ ୮୮ ପ୍ରତିଶତ ଅନୁଷ୍ଠାନ, ୨୦୧୯-୨୦ ଓ ୨୦୨୦-୨୧ରେ ୧୦୦ ପ୍ରତିଶତ ଅନୁଷ୍ଠାନର ଆବେଦନଗୁଡ଼ିକୁ ଖୋର୍ଦ୍ଧା ଡିଡବ୍ଲ୍ୟୁଓ ଯାଂଚ କରିନଥିଲେ । ୨୦୧୮-୧୯ରୁ ୨୦୨୦-୨୧ ମଧ୍ୟରେ ଅଡିଟ୍ ଦ୍ୱାରା ବିବେଚନା ଭିତ୍ତିରେ ମନୋନୀତ ୧୩ଟି ଅନୁଷ୍ଠାନ ମଧ୍ୟରୁ କୌଣସିଟିରେ ଡିଡବ୍ଲ୍ୟୁଓଙ୍କ ଦ୍ୱାରା ଯାଂଚ କରାଯାଇନଥିଲା ବୋଲି ସିଏଜି କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ପ୍ରମାଣ ପ୍ରଦାନ କରିବାରେ ଡିଡବ୍ଲୁଓ ସକ୍ଷମ ହୋଇନଥିଲେ । ଏପରିକି ଏହି ସ୍କଲାରସିପ୍ ମଞ୍ଜୁରୀ ପାଇଁ ରହିଥିବା ମାର୍ଗଦର୍ଶିକାକୁ ମଧ୍ୟ ପାଳନ କରାଯାଇନଥିଲା । ୨୦୨୬-୧୭ରୁ ୨୦୨୦-୨୧ ମସିହା ମଧ୍ୟରେ  ୩୮ଟି ଶିକ୍ଷାନୁଷ୍ଠାନର ମୋଟ ୫୬୬୦ଜଣ ଛାତ୍ରଛାତ୍ରୀଙ୍କୁ ଅନିୟମିତତା ଭାବରେ ୧୮.୦୩କୋଟି ଟଙ୍କା ପ୍ରଦାନ କରାଯାଇଛି । ଯଦିଓ ଏହି ଅବଧି ମଧ୍ୟରେ ସେମିଷ୍ଟାର ପରୀକ୍ଷା ଫଳାଫଳରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ନାଁ ସାମିଲ ନଥିଲା ।

ଅଡିଟରୁ ଜଣାପଡ଼ିଛି ଯେ, ୨୦୧୭-୧୮ରୁ ୨୦୨୦-୨୧ ମସିହା ମଧ୍ୟରେ ୩୩୨୮ଜଣ ଛାତ୍ରଛାତ୍ରୀଙ୍କୁ ସେମିଷ୍ଟାର ପରୀକ୍ଷାରେ ଯୋଗ ଦେବା ପାଇଁ ପଞ୍ଜିକୃତ ନକରି ୨୬.୫୮କୋଟି ଟଙ୍କାର ସ୍କଲାରସିପ୍ ପ୍ରଦାନ କରାଯାଇଛି । ଏପରିକି ଏସବୁର ଆବଶ୍ୟକ ରେକର୍ଡ ପ୍ରଦାନ କରିବାରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଫେଲ୍ ମାରିଥିଲେ । ଖୋର୍ଦ୍ଧା ଜିଲ୍ଲାର ୪ଟି କଲେଜରେ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ୩୨୨୮ଜଣ ଛାତ୍ରଛାତ୍ରୀଙ୍କୁ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜିକୃତ ନକରି ଏହି ସ୍କଲାରସିପ୍ ଦିଆଯାଇଛି । ମହାବୀର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏସଂକ୍ରାନ୍ତ କୌଣସି ଦସ୍ତାବିଜ ଓ ରେଜିଷ୍ଟର ରଖିନଥିବା ଜଣାପଡ଼ିଚି । ସେହିପରି ବିଭିନ୍ନ ବର୍ଷରେ ବିଭିନ୍ନ ଅନୁଷ୍ଠାନରେ ୨୦୧୬-୧୭ରୁ ୨୦୨୦-୨୧ ମସିହା ମଧ୍ୟରେ ଡିପ୍ଲୋମା ପାଠ୍ୟକ୍ରମରେ ଏକାଧିକ ଥର ନାମ ଲେଖାଇଥିବା ୨୬୨ଜଣ ଛାତ୍ରଛାତ୍ରୀଙ୍କୁ ଅନିୟମିତ ଭାବେ ୩.୧୫କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅଡିଟରୁ ଧରାପଡ଼ିଛି । ଏହି ୨୬୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୬ଜଣ ପରୀକ୍ଷାରେ ପାସ୍ କରିବାରେ ବିଫଳ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story