ଭଦ୍ରକ ଜିଲ୍ଲା ଧାମନଗର ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ପାଚେରୀରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଥିଲା। ବିଦ୍ୟାଳୟର ପାଚେରୀରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଥିଲା। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି। ସେହିଭଳି ବାରମ୍ବାର ମହାପୁରୁଷଙ୍କ ନାଁକୁ କଦର୍ଥ କରି ଲେଖିବା ଓଡିଆ ଭାଷାକୁ କଦର୍ଥ କରି କହିବା ଯେମିତି ଅନେକଙ୍କ ପାଇଁ ଦେହସୁଆ ହୋଇଗଲାଣି। ହେଲେ ଜଣେ ସ୍ୱାଭିମାନୀ ଓଡିଆ ପାଇଁ ଏହା କିନ୍ତୁ ବେଶ ଯନ୍ତ୍ରଣାଦାୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜ୍ୟରେ ଗଠନ ହେବ ଅଧିକ ନୂଆ ବ୍ଲକ୍: ରାଜସ୍ୱ ମନ୍ତ୍ରୀ
ରାଜ୍ୟରେ ଶେଷଥର ପାଇଁ ୧୯୮୪ ମସିହାରେ ବ୍ଲକ ପୁନର୍ଗଠନ ହୋଇଥିଲା। ଏବେ ଲୋକସଂଖ୍ୟା ବୃଦ୍ଧି ଓ ପ୍ରଶାସନକୁ ନିକଟତର କରାଇବା ପାଇଁ ଅଧିକ ବ୍ଲକର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
Miscellaneous
କୋଟିଏ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି
ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ।
Miscellaneous
‘ନୂଆବର୍ଷରେ ଫୁଲଟିଏ ବଦଳରେ ଗଛଟିଏ ଉପହାର ଦିଅନ୍ତୁ’
ଆଜି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି।
Miscellaneous
ଲୋକଙ୍କ ପାଇଁ ଆସିଥିଲା, ରାସ୍ତାକଡ଼ରୁ ମିଳିଲା ପୁଳା ପୁଳା ମେଡିସିନ
ଲୋକଙ୍କୁ ବିନା ଖର୍ଚ୍ଚରେ ରୋଗ କବଳରୁ ମୁକୁଳାଇବାକୁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ମେଡିସିନ ଲୋକେ ଖାଇବା ବଦଳରେ ରାସ୍ତା କଡ଼ରେ ଫୋପଡ଼ା ଯାଉଛି।
Miscellaneous
ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା, ହିନ୍ଦୀ ଶିକ୍ଷକ ନିଲମ୍ବିତ
ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା । ନିଲମ୍ବିତ ହେଲେ ହିନ୍ଦୀ ଶିକ୍ଷକ।