ଜାତିକୁ ଅପମାନ ଦେବାକୁ ତୁମେ କିଏ ?

  • Published: Tuesday, 06 February 2024
  • , Updated: 06 February 2024, 06:19 PM IST

ଭଦ୍ରକ ଜିଲ୍ଲା ଧାମନଗର ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ପାଚେରୀରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଥିଲା। ବିଦ୍ୟାଳୟର ପାଚେରୀରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଥିଲା। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି। ସେହିଭଳି ବାରମ୍ବାର ମହାପୁରୁଷଙ୍କ ନାଁକୁ କଦର୍ଥ କରି ଲେଖିବା ଓଡିଆ ଭାଷାକୁ କଦର୍ଥ କରି କହିବା ଯେମିତି ଅନେକଙ୍କ ପାଇଁ ଦେହସୁଆ ହୋଇଗଲାଣି। ହେଲେ ଜଣେ ସ୍ୱାଭିମାନୀ ଓଡିଆ ପାଇଁ ଏହା କିନ୍ତୁ ବେଶ ଯନ୍ତ୍ରଣାଦାୟକ। 

Related story