Advertisment

ଓଡ଼ିଶାରେ କେତେ ଓ କେବେଠାରୁ ବାଂଲାଦେଶୀ ଅଛନ୍ତି?

୧୯୭୧ ମୁକ୍ତିଯୁଦ୍ଧ ଓ ତା’ପୂର୍ବରୁ ମଧ୍ୟ ଓଡ଼ିଶାରେ ବସବାସ କରୁଛନ୍ତି ବାଂଲାଦେଶୀ ନାଗରିକ। ୨୦୨୩ ମସିହାର ସରକାରୀ ତଥ୍ୟ କହୁଛି, ଓଡ଼ିଶାର ୧୧ଟି ଜିଲ୍ଲାରେ ଶରଣାର୍ଥୀ ଭାବେ ଅଛନ୍ତି ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ।

author-image
Manoranjan Sial
Bangladeshi

Bangladeshi

ଅଶାନ୍ତ ବାଂଲାଦେଶ ଅନୁପ୍ରବେଶରୀ ଓଡ଼ିଶା ମୁହାଁ ହୋଇଛନ୍ତି! ସେମାନଙ୍କୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି ଓଡ଼ିଶା ସରକାର। ସମୁଦ୍ରର ନୀଳ ଜଳ ରାଶିରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଏଇଟା କ’ଣ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ପ୍ରଥମ ଘଟଣା? ଏହାର ଉତ୍ତର ଖୋଜିଲେ ଜଣାପଡ଼ୁଛି, ନାଁ। କାରଣ ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଇତିହାସ ୫ ଦଶନ୍ଧିଠାରୁ ଆହୁରି ପୁରୁଣା।

Advertisment

୧୯୭୧ ମୁକ୍ତିଯୁଦ୍ଧ ଓ ତା’ପୂର୍ବରୁ ମଧ୍ୟ ଓଡ଼ିଶାରେ ବସବାସ କରୁଛନ୍ତି ବାଂଲାଦେଶୀ ନାଗରିକ। ୨୦୨୩ ମସିହାର ସରକାରୀ ତଥ୍ୟ କହୁଛି, ଓଡ଼ିଶାର ୧୧ଟି ଜିଲ୍ଲାରେ ଶରଣାର୍ଥୀ ଭାବେ ଅଛନ୍ତି ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ। ରାଜ୍ୟରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୩ ହଜାର ୭୪୦ ବୋଲି ଦର୍ଶାଯାଇଥିଲେ ମଧ୍ୟ, ପ୍ରକୃତ ସଂଖ୍ୟା ଏହାଠୁ ଢେର ଅଧିକ ବୋଲି କୁହାଯାଏ। ଏସବୁ ଭିତରେ ବାଂଲାଦେଶରୁ ଅନୁପ୍ରବେଶ ଆଶଙ୍କା ବଢ଼ିବା କଥା ଶୁଣି ସମୁଦ୍ର କୂଳିଆ ଲୋକଙ୍କ ମନରେ ଛନକା ପଶିଛି। ସାମୁଦ୍ରିକ ଥାନା ଗୁଡ଼ିକର ଦୁର୍ବଳ ଭିତ୍ତିଭୂମି, ଷ୍ଟାଫ୍‌ ଅଭାବ ଓ ପାଟ୍ରୋଲିଂ ବୋଟ୍‌ ଏବଂ ଅନ୍ୟ ସରଞ୍ଜାମ ନଥିବା ଅଭିଯୋଗ ହୋଇଛି।

ବାଂଲାଦେଶରେ ଏବେ ରାଜନୈତିକ ହିଂସା ଚାଲିଛି। ଯେଉଁଥିପାଇଁ ବାଂଲାଦେଶର ଅସାମାଜିକ ତତ୍ତ୍ୱ ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରିବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା। ଯେଉଁଥିପାଇଁ ଓଡ଼ିଶା ସରକାର କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସମେତ ରାଜ୍ୟର ସମସ୍ତ ତଟବର୍ତ୍ତୀ ଜିଲ୍ଲାକୁ ଆଲର୍ଟ କରିଛନ୍ତି। ସାମୁଦ୍ରିକ ଥାନାରେ ଫୋର୍ସ ବଢ଼ାଯାଇଛି ବୋଲି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଓଡ଼ିଶାର ତଟ ରହିଛି। ସମୁଦ୍ର ତଟଠୁ ୫ ନଟିକାଲ୍ ମାଇଲ୍ ଯାଏଁ ମେରାଇନ ପୁଲିସ ପାଟ୍ରୋଲିଂ କରିବାକୁ ଥିବା ବେଳେ, ତା ପରେ ତଟରକ୍ଷୀ ବାହିନୀ ଏବଂ ନୌସେନା ଜଗୁଛନ୍ତି। ଗୁଇନ୍ଦା ବିଭାଗ ସକ୍ରିୟ ଥିବା ବେଳେ, ମତ୍ସ୍ୟଜୀବୀଙ୍କୁ ମଧ୍ୟ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି।

Advertisment
Balasore