Advertisment

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବାଣ୍ଟିଲେ ହଜାରେ ଲେଖାଏଁ ଟଙ୍କା

ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିବା ସହ ଗ୍ରାଉଣ୍ଡରେ ଥିବା ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବା ପାଇଁ ସରକାର ମାଗଣା ଯୋଜନା ବର୍ଷା କରୁଛନ୍ତି।

Ration Card

Ration Card

Advertisment

ଆଉ ମାସ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ ହେବ। ତା’ପୂର୍ବରୁ ଭଣ୍ଡାର ଖୋଲିଦେଲେ ରାଜ୍ୟ ସରକାର। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବାଣ୍ଟିଲେ ହଜାରେ ଲେଖାଏଁ ଟଙ୍କା। ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଟଙ୍କା ଦେଇଛନ୍ତି ବିଜେଡି ନେତା। ରାଜ୍ୟରେ ପ୍ରାୟ ୯୫ ଲକ୍ଷ ପରିବାରକୁ ଏହି ସହାୟତା ଦେବେ ସରକାର। ଏ ବାବଦକୁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୨୩୭ କୋଟି ଟଙ୍କା।

Advertisment

ଖାଲି ଖାଦ୍ୟ ସୁରକ୍ଷା ହିତାଧିକାରୀ ନୁହନ୍ତି, ମିଶନଶକ୍ତି ମହିଳାଙ୍କୁ ମଧ୍ୟ ମିଳିବ ହଜାରେ ଟଙ୍କା ଲେଖାଏଁ ୟୁନିଫର୍ମ ସହାୟତା। ସେହିପରି କଲେଜ ଛାତ୍ରଛାତ୍ରୀଙ୍କ ମେଧା ବୃତ୍ତି, ବେକାର ଯୁବକଯୁବତୀଙ୍କୁ ବିନା ସୁଧରେ ଲକ୍ଷେ ଟଙ୍କା ଋଣ, ବୁଣାକାରଙ୍କ ପେନସନ, କୃଷକ ସାଥୀ, ପାଚିକାଙ୍କ ଅର୍ଥରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମମତା ଯୋଜନା ସହାୟତା ମଧ୍ୟ ୫ ହଜାରରୁ ୧୦ ହଜାର ଟଙ୍କାକୁ ବଢ଼ା ଯାଇଛି। ଏଭଳି ଭାବେ ୧୦ ଦିନ ଭିତରେ ୧୩ଟି ବଡ଼ ଘୋଷଣା କରିଛନ୍ତି ରାଜ୍ୟସରକାର। ଯାହାକୁ ନେଇ ସରକାରକୁ କଡା ସମାଲୋଚନା କରିଛନ୍ତି ବିରୋଧୀ।

ବିଜେପି କହିଛି, ସରକାର ବିରୋଧୀ ହାଓ୍ୱାକୁ ପ୍ରଶମିତ କରିବାକୁ ଲାଞ୍ଚ ଦେଇଛନ୍ତି। ଏହାକୁ ନିର୍ବାଚନୀ ଚାଲ କହି ରାଜକୋଷ ଉପରେ ପ୍ରଭାବ ପଡିବ ବୋଲି କହିଛି କଂଗ୍ରେସ। ତେବେ ଦରଦାମ ବୃଦ୍ଧି ଯୋଗୁ ଭୋଟରଙ୍କ ପାଇଁ ଏହା କେବଳ ସହାୟତା ବୋଲି ଯୁକ୍ତି ବାଢିଛି ଶାସକ ଦଳ।

Advertisment

କୁହାଯାଉଛି, ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିବା ସହ ଗ୍ରାଉଣ୍ଡରେ ଥିବା ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବା ପାଇଁ ସରକାର ମାଗଣା ଯୋଜନା ବର୍ଷା କରୁଛନ୍ତି। ମାତ୍ର ନିର୍ବାଚନ ପୂର୍ବରୁ ରାଜକୋଷ ଅର୍ଥରେ ମାଳ ମାଳ ଯୋଜନା ଘୋଷଣା ସରକାରୀ ତହବିଲକୁ ପ୍ରଭାବିତ କରିବନି ତ? ଏସବୁ ଯୋଜନା କେତେ ସୁଦୂର ପ୍ରସାରୀ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। କାରଣ ୨୦୧୯ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ‘ଆମ ଗାଁ ଆମ ବିକାଶ’, ‘ବିଜୁ ଯୁବ ବାହିନୀ’ ଯୋଜନା ବନ୍ଦ ହୋଇ ସାରିଛି। ସେହିପରି ‘କାଳିଆ’ ସହାୟତା ରାଶି ୧୦ ହଜାର ବଦଳରେ ୪ ହଜାରକୁ ଖସିଛି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe