ଚର୍ଚ୍ଚାରେ କଟକ ଜିଲ୍ଲାପାଳଙ୍କ ତରବରିଆ ଦାୟିତ୍ୱ ଗ୍ରହଣ, ଓଏଏସ୍ ମହଲରେ ଚାପା ଅସନ୍ତୋଷ

ରାଜ୍ୟ ସରକାର ଆଜି କଟକ ଜିଲ୍ଲାପାଳ ଶ୍ରୀ ଚଇନିଙ୍କୁ ହଟାଇ ତାଙ୍କ ସ୍ଥାନରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସେଠୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ୩-୪ଘଣ୍ଟା ମଧ୍ୟରେ ସେ କଟକ ଯାଇ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Cuttack PhotoOR

ବାମରୁ କଟକର ନୂଆଜିଲ୍ଲାପାଳ ଓ ପୂର୍ବତନ ଜିଲ୍ଲାପାଳ

Ordigital Desk
  • Published: Thursday, 26 October 2023
  • Updated: 26 October 2023, 10:11 PM IST

Sports

Latest News

କଟକ ଜିଲ୍ଲାପାଳଙ୍କ ବଦଳି ଓ ତରବରିଆ ଦାୟିତ୍ୱ ଗ୍ରହଣକୁ ନେଇ ଚର୍ଚ୍ଚା । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ଆଜି ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଉ ସେଠାରେ ଥିବା ଓଏଏସ୍ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଦାୟିତ୍ୱ ମିଳିଛି। ତେବେ ବଦଳି ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ୩-୪ଘଣ୍ଟା ଭିତରେ ଶ୍ରୀ ସେଠୀ ତରବରିଆ ଭାବେ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା। ସ୍ୱତନ୍ତ୍ର ସଚିବ ପାହ୍ୟାରେ ଥିବା ୬୪ ଜଣ ଓଏଏସ୍ ଅଫିସରଙ୍କୁ ପଛରେ ପକାଇ ଅତିରିକ୍ତ ସଚିବ ପାହ୍ୟାର ଶ୍ରୀ ସେଠୀଙ୍କୁ ସରକାର ଆଜି ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ଯାହାକୁ ନେଇ ବରିଷ୍ଠ ଓଏଏସ୍ ଅଫିସରମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଜ୍ୟ ସରକାର ଆଜି କଟକ ଜିଲ୍ଲାପାଳ ଶ୍ରୀ ଚଇନିଙ୍କୁ ହଟାଇ ତାଙ୍କ ସ୍ଥାନରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସେଠୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ୩-୪ଘଣ୍ଟା ମଧ୍ୟରେ ସେ କଟକ ଯାଇ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଭଳି ତରବରିଆ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ପଛରେ କ’ଣ କାରଣ ରହିଛି ତାକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଦାୟିତ୍ୱ ଗ୍ରହଣ ଚାଲିଥିବାବେଳେ ଏକ ଫୋନ୍ କଲ(ସମ୍ଭବତଃ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର) ଉକ୍ତ ଖୁସିକୁ ଫିକା କରିଦେଇଥିବା ଜଣାପଡ଼ିଛି । ଚଳଚଂଚଳ ଥିବା ଜିଲ୍ଲାପାଳ କାର୍ଯ୍ୟାଳୟ ଅଚାନକ ଧିମା ହୋଇଯାଇଥିଲା । ତେବେ ଏସବୁ ମଧ୍ୟରେ ଶ୍ରୀ ସେଠୀ କଟକ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ସମ୍ଭାଳିଛନ୍ତି ।

Also Read

ପାୱାର କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ, ଜିଲ୍ଲାପାଳ ପଦବୀରେ ସରକାର ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସର(ଓଏଏସ)ଙ୍କୁ ନିଯୁକ୍ତି ଦେବାର ପ୍ରାବଧାନ ରହିଛି । କେତେକ ସ୍ଥଳରେ ଓଏଏସରୁ ଆଇଏଏସକୁ ପଦୋନ୍ନତି ପ୍ରାପ୍ତ ଅଫିସର ନଚେତ୍ ରାଜନୀତିକ ଉଦ୍ଦେଶ୍ୟ ସାଧିତରେ ପାରଙ୍ଗମତା ଥିବା ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଜିଲ୍ଲାପାଳ ଭାବେ ସରକାର ନିଯୁକ୍ତି ଦେଇଥାନ୍ତି । ତେବେ ଜିଲ୍ଲାପାଳ ନିଯୁକ୍ତିବେଳେ ସରକାର ଅଫିସରମାନଙ୍କ ବରିଷ୍ଠତାକୁ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଏବେ “ବ୍ରହ୍ମା ବିଳି ବିିଳେଇଲେ ବେଦ” ନ୍ୟାୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିଜ ମର୍ଜିରେ ଯେଉଁ ଅଫିସରଙ୍କୁ ଚାହିଁବେ ତାଙ୍କୁ ଜିଲ୍ଲାପାଳ ପଦରେ ଆସୀନ କରାଇ ଦେଉଛନ୍ତି ।

କଟକ ଭଳି ବଡ଼ ଓ ସମ୍ବେଦନଶୀଳ ଜିଲ୍ଲାର ପ୍ରଶାସନିକ ମୁଖ୍ୟ(ଜିଲ୍ଲାପାଳ) ପଦବୀରେ ଯେଉଁ ଅଫିସରଙ୍କୁ ସରକାର ନିଯୁକ୍ତି ଦିଅନ୍ତି ତାଙ୍କର ସବୁପ୍ରକାରର ଦକ୍ଷତା ଓ ଟ୍ରାକ ରେକର୍ଡକୁ ଗୁରୁତ୍ୱ ଦେଇଥାନ୍ତି । ମାତ୍ର  ୧୯୯୨ ବ୍ୟାଚ୍ ଓଏଏସ୍ ଶ୍ରୀ ସେଠୀ ଏବେ ଅତିରିକ୍ତ ସଚିବ ପାହ୍ୟାରେ ଅଛନ୍ତି । ତାଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ଏପର୍ଯ୍ୟନ୍ତ ପଦୋନ୍ନତି ମିଳିନି । ସ୍ୱତନ୍ତ୍ର ସଚିବ ପାହ୍ୟାରେ ଏବେ ମୋଟ ୬୬ଜଣ ଓଏଏସ୍ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରୁ ନୃସିଂହ ଚରଣ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଓ ଗତକାଲି ମନମୋହନ ମଲ୍ଲିକଙ୍କୁ ଢେଙ୍କାନାଳ ଜିଲ୍ଲାପାଳ କରାଯାଇଛି ।  ଶ୍ରୀ ମଲ୍ଲିକ ଏପର୍ଯ୍ୟନ୍ତ ଜିଲ୍ଲାପାଳ ଦାୟିତ୍ୱ ନେଇନାହାନ୍ତି । ଏହି ଦୁଇ ଜିଲ୍ଲାପାଳ ଓଏଏସ୍ ଅଫିସରଙ୍କୁ ବାଦ୍ ଦେଲେ ବାକି ୬୪ଜଣ ଓଏଏସ୍ ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାର ସେମାନଙ୍କ ମଧ୍ୟରୁ କାହାରିକୁ ବି କଟକ ଭଳି ସମ୍ବେଦନଶୀଳ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେବାକୁ ଯୋଗ୍ୟ ମଣିଲେ ନାହିଁ । ୧୯୮୪ ଓଏଏସ୍ ବ୍ୟାଚରେ ଜଣେ, ୧୯୮୬ରେ ୨ଜଣ, ୧୯୮୭ରେ ୪ଜଣ, ୧୯୮୮ରେ ୮ଜଣ, ୧୯୮୯ରେ ୬ଜଣ, ୧୯୯୦ରେ ୮ଜଣ, ୧୯୯୧ରେ ୧୭ଜଣ ଓ ୧୯୯୨ରେ ୧୩ଜଣ(ପ୍ରେମଜିତ୍ ନାୟକଙ୍କ ପର୍ଯ୍ୟନ୍ତ)ଙ୍କ ସମେତ ଏସବୁ ବ୍ୟାଚର ଅନ୍ୟ ୭ଜଣ ଅଫିସର ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାରେ କାର୍ଯ୍ୟରତ ଅଛନ୍ତି ।

ମାତ୍ର ଜିଲ୍ଲାପାଳ ଚୟନବେଳେ ସରକାର ଏହି ୬୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବରିଷ୍ଠତା, ଯୋଗ୍ୟତା, ଦକ୍ଷତା, ଆନୁଗତ୍ୟକୁ ହିସାବକୁ ନେଲେନି । ଏମାନଙ୍କଠୁ କନିଷ୍ଠ ଶ୍ରୀ ସେଠୀଙ୍କୁ କଟକ ଭଳି ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି କରାଗଲା । ଆଉ ସେ ମାତ୍ର ୩-୪ଘଣ୍ଟା ମଧ୍ୟରେ ଦାୟିତ୍ୱ ନେଇଗଲେ । କିନ୍ତୁ ଗତକାଲି ବଦଳି ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲାପାଳ ଦାୟିତ୍ୱ ନେଇନାହାନ୍ତି ମନମୋହନ ମଲ୍ଲିକ । ସେ ଦିନେଦୁଇଦିନ ମଧ୍ୟରେ ଦାୟିତ୍ୱ ନେବେ । କିନ୍ତୁ ଶ୍ରୀ ସେଠୀ ଏତେ ତରବରିଆ ହୋଇ କାହିଁକି ନେଲେ ତାହା ଜଣାପଡ଼ିନି।

ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବେ ଅଫିସରମାନଙ୍କ ବରିଷ୍ଠତା ଓ ଦକ୍ଷତାକୁ ଅଣଦେଖା କରି ମନମୁଖୀ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରୁଥିବାରୁ ତା’ର ପ୍ରତିକୂଳ ପ୍ରଭାବ ଅନ୍ୟ ଦକ୍ଷ ଅଫିସରଙ୍କ ଉପରେ ପଡ଼ୁଛି । ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାର ସ୍ପୃହା ରହୁନି । ରାଜ୍ୟର ପ୍ରଶାସନିକ ଅଫିସରମାନଙ୍କ ଦକ୍ଷତା ଓ ଟ୍ରାକରେକର୍ଡକୁ ଜାଣିବା ଭଳି ଅଭିଜ୍ଞତାର ଅଭାବ ମଧ୍ୟ ଦେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଗତି କରୁଛି । ସେଠାରେ ଥିବା ଅଫିସରମାନେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ କରିବା ଜିଦ ଯୋଗୁ ପ୍ରଶାସନରେ ଥିବା ଦକ୍ଷ ଓ ଯୋଗ୍ୟ ଅଫିସରମାନେ ଅଲୋଡ଼ା ହୋଇ ପଡ଼ୁଛନ୍ତି। ଯାହାର ପ୍ରତିକୂଳ ଓ ଦୂରଗାମୀ ପ୍ରଭାବ ଓଡ଼ିଶା ପ୍ରଶାସନ ଉପରେ ପଡ଼ିବାର ଆଶଙ୍କା ରହିଛି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story