ଗୋ-ଚାଲାଣକୁ ନେଇ ତୁମୁଳକାଣ୍ଡ; ଗାଡ଼ି, ଦୋକାନ ଭଙ୍ଗାରୁଜା ଓ ଜଳାପୋଡ଼ା

ଗୋଟିଏ ଗୋଷ୍ଠୀର ଆକ୍ରମଣରେ ବହୁ ବାଇକ ଭାଙ୍ଗିରୁଜି ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀ ଦୋକାନରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲା।

ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ।

  • Published: Friday, 09 August 2024
  • , Updated: 09 August 2024, 09:08 PM IST

ବେଆଇନ ଗୋ-ଚାଲାଣକୁ ନେଇ ତୁମୁଳକାଣ୍ଡ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରିରେ ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।

ଗୋଟିଏ ଗୋଷ୍ଠୀର ଆକ୍ରମଣରେ ବହୁ ବାଇକ ଭାଙ୍ଗିରୁଜି ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀ ଦୋକାନରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲା। 

ଏହାପରେ ବେଆଇନ ଗୋ-ଚାଲାଣ ବନ୍ଦ କରିବା ସହିତ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ଉତ୍ତ୍ୟକ୍ତ ଲୋକମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ସମେତ ପୁଲିସ ଅଧିକାରୀମାନେ ପହଞ୍ଚିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିପାରିନି। 

Related story