୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର: ‘ମୋ ବସ୍‌’ ପାଇଁ ଘରୋଇ ସଂସ୍ଥାକୁ ଦେବେ ୯୩୩ କୋଟି ଟଙ୍କା

ପୌରାଂଚଳରେ ପ୍ରତିଘରକୁ ୨୪ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୩୬୫ଟି ନୂଆ ଡିପ୍ଲୋମା ଇଞ୍ଜିନିୟର ଓ ୯୧ଟି ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ ପଦବୀ ସୃଷ୍ଟି କରାଯାଇଛି ।

Bus

Representative Image

Ordigital Desk
  • Published: Saturday, 30 December 2023
  • Updated: 30 December 2023, 09:03 PM IST

Sports

Latest News

ରାଜ୍ୟରେ ‘ମୋ ବସ୍‌’ ରେ ଆଉ ୨୦୦ଟି ଇ-ବସ୍ ଚଳାଚଳ ନିମନ୍ତେ ରାଜ୍ୟ ସରକାର ଏକ ଘରୋଇ ସଂସ୍ଥା ଜେବିଏମ୍ ଇକୋ ଲାଇଫକୁ ୯୩୩.୨୬ କୋଟି ଟଙ୍କା ଦେବେ । ଏହି ସଂସ୍ଥା ୯ରୁ ୧୦ମିଟର ଲମ୍ବର ଇଲେକ୍ଟ୍ରିକ ବସ୍ କିଣିବା ସହ ଏହାର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ରକ୍ଷଣାବେକ୍ଷଣ(ଜିସିସି) ମଡେଲ ଆଧାରରେ ବସ୍ ଅପରେଟ୍ କରିବ । ୧୦ବର୍ଷ ପାଇଁ କିଲୋମିଟର ପିଛା ୬୪.୮୧କୋଟି ଟଙ୍କା ଲେଖାଏଁ ଦର ଧାର୍ଯ୍ୟ ହୋଇଛି । ଏଥିପାଇଁ ଜେବିଏମ୍ ଇକୋ ଲାଇଫ୍ ସହ ହୋଇଥିବା ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ସମେତ ମୋଟ ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଆଗାମୀ ଦିନରେ ଅଧିକ ବସ୍ ଚଳପ୍ରଚଳର ଆବଶ୍ୟକତାକୁ ନଜରରେ ରଖି ‘ମୋ ବସ୍‌’ ସଂଖ୍ୟାରେ ବୃଦ୍ଧି କରିବାର ଯୋଜନା ରହିଛି । ସେଥିପାଇଁ ୨୦୦ ଇଲେକ୍ଟ୍ରିକ ବସ୍ ସାମିଲ ପାଇଁ ନିଷ୍ପତ୍ତି ହୋଇଛି । ପୁରୀ,କଟକ, ଭୁବନେଶ୍ୱର ଅଂଚଳରେ କ୍ରୁଟ୍ ପକ୍ଷରୁ ୩୦୫ଟି ଓ ରାଉରକେଲାରେ ମଧ୍ୟ ୧୦୦ଟି ‘ମୋ ବସ୍‌’ ଚଳାଚଳ କରୁଛି । ଏବେ ମୋ ବସରେ ଆଉ ୨୦୦ଟି ଇଲେକ୍ଟ୍ରିକ ବସ୍ ଚଳପ୍ରଚଳ ନିମନ୍ତେ ଜେବିଏମ୍ ସଂସ୍ଥାକୁ ୯୦୦.୨୬କୋଟି ଟଙ୍କା ଦେବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

ରାଜ୍ୟ ସରକାରଙ୍କ ନିଜସ୍ୱ ପରିବହନ ସଂସ୍ଥା ଓଏସଆରଟିସି ଥିବା ସତ୍ତ୍ୱେ ରାଜ୍ୟ ସରକାର ସହରାଚଂଳରେ କ୍ରୁଟ୍ ‘ମୋ ବସ୍ ’ ଏବଂ ଗ୍ରାମାଂଚଳରେ ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ କମ୍ପାନୀକୁ ଟଙ୍କା ଦେଇ ବସ୍ ଚଳପ୍ରଚଳ କରାଉଛନ୍ତି ।

Also Read

ସେହିପରି ଯାଜପୁର ଜିଲ୍ଲାର ଟମକା-ମଙ୍ଗଳପୁର ରାସ୍ତାର ପୂର୍ବ ଇପିସି ଟେଣ୍ଡର ଓ ଚୁକ୍ତିନାମାକୁ ରଦ୍ଦ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ପୂର୍ତ୍ତ ବିଭାଗର ଏହି ପ୍ରସ୍ତାବିତ ୪ଲେନ୍ ରାସ୍ତାରେ ଜଙ୍ଗଲ ଜମି ଅଧିଗ୍ରହଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଉକ୍ତ ଟେଣ୍ଡରକୁ ବାତିଲ କରିଛନ୍ତି । ଟମକା-ମଙ୍ଗଳପୁର ରାସ୍ତାର ୦ରୁ ୪୩କିମି ଉନ୍ନତିକରଣ ଓ ସୁଦୃଢ଼ୀକରଣ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ଏକକ ପ୍ରକଳ୍ପ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ରାଜ୍ୟର ୧୧୦ଟି ପୌର ସଂସ୍ଥାରେ ଷ୍ଟ୍ରିଟ ଲାଇଟ୍ ପରିଚାଳନା ନିମନ୍ତେ ୩୧୨.୧୮କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ଷ୍ଟ୍ରିଟ୍ ଲାଇଟ୍ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାର ପ୍ରଦର୍ଶନ ଭଲ ନରହିବା ଓ ଏହା ଅଧାରୁ ପଳାଇବା ପରେ ସରକାର ଏବେ ୫ବର୍ଷ ପାଇଁ ୬ଟି ସଂସ୍ଥାକୁ ଯୋଗ୍ୟ ବିବେଚିତ କରାଯାଇଛି । ରାଜ୍ୟର ସମସ୍ତ ପୌରାଂଚଳକୁ ୬ଟି କ୍ଲଷ୍ଟରରେ ଭାଗ କରାଯାଇ ଏହି ୬ଟି ବିଡରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସମସ୍ତ ବିଡରଙ୍କୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି ।

ପୌରାଂଚଳରେ ପ୍ରତିଘରକୁ ୨୪ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୩୬୫ଟି ନୂଆ ଡିପ୍ଲୋମା ଇଞ୍ଜିନିୟର ଓ ୯୧ଟି ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ ପଦବୀ ସୃଷ୍ଟି କରାଯାଇଛି । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା ଓ ଓଡ଼ିଶା ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ ସେବା(ଜନସ୍ୱାସ୍ଥ୍ୟ)ର ପୁନର୍ଗଠନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ପବ୍ଲିକ ହେଲଥ୍ ପ୍ରତିଷ୍ଠା କରିବା ନିମନ୍ତେ ବିନା ମୂଲ୍ୟରେ ୫ଏକର ଜମି ପ୍ଲବିକ ହେଲ୍ ଫାଉଣ୍ଡେସନ ଅଫ ଇଣ୍ଡିଆକୁ ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଇଡକୋକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜମିର ଦେୟ ମୂଲ୍ୟ(ପ୍ରିମିୟମ) ପ୍ରଦାନ କରାଯିବ ।

ଏସବୁ ବ୍ୟତୀତ ୨୦୨୪ ମସିହାରେ ବି ଓଡ଼ିଶା ସିଭିଲ୍ ସର୍ଭିସରେ ସର୍ବୋଚ୍ଚ ବୟସସୀମାକୁ ୩୮ବର୍ଷ ରଖାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ପୂର୍ବରୁ ୨୦୨୩ ମସିହା ପାଇଁ କ୍ୟାବିନେଟ୍ ଏହି ବୟସସୀମାକୁ ୩୮ବର୍ଷ ନିମନ୍ତେ ଅନୁମତି ଦେଇଥିଲେ । ସେହିପରି ଓଡ଼ିଶା ଅବକାରୀ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଚାକିରି ସର୍ତ୍ତାବଳୀରେ ସଂଶୋଧନ, ଓଡ଼ିଶା ଟ୍ରେଜେରୀ ମିିନିଷ୍ଟ୍ରିଆଲ ସର୍ଭିସ ରିକ୍ର‌୍ୟଟମେଂଟରେ ସଂଶୋଧନ, ଓଡ଼ିଶା ଫାୟାର ସର୍ଭିସ ଗ୍ରୁପ୍ ସି ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନକୁ ମଞ୍ଜୁରୀ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story