Advertisment

ମୋହନ ସରକାର କରିବେ ୩.୯୧ଲକ୍ଷ ଏକର ଜମିକୁ ଜଳସେଚନ, ଖର୍ଚ୍ଚହେବ ୯୬୫୨କୋଟି

ରାଜ୍ୟରେ ମୋଟ ୬୧.୮୦ଲକ୍ଷ ହେକ୍ଟର ଚାଷଜମି ଥିବାବେଳେ ସେଥିରୁ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୪୯.୯୩ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହୋଇସାରିଛି । ଏବେ ଏହି ଯୋଜନାରେ ଆଉ ୧.୫୮ଲକ୍ଷ ହେକ୍ଟର ଚାଷ ଜମି(୩.୯୧ଲକ୍ଷ ଏକର)କୁ ଜଳସେଚନ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ବଜେଟରେ ଆବଶ୍ୟକ ବ୍ୟୟବରାଦ କରିଥିବା ଜଣାପଡ଼ିଛି ।

Loka Seva Bhavan

Loka Seva Bhavan

Advertisment

ମୋହନ ମାଝୀଙ୍କ ସରକାର ୫ବର୍ଷ ମଧ୍ୟରେ ରାଜ୍ୟରେ ୩.୯୧ଲକ୍ଷ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବେ । ଏଥିପାଇଁ ୯୬୫୨.୨୪କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଖର୍ଚ୍ଚ କରିବେ । ‘ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ’ ଯୋଜନାରେ ଏହି ଜଳସେଚନ ଭିତ୍ତିଭୂମି ସୃଷ୍ଟି ହେବ ।

Advertisment

ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ସଂକଳ୍ପ ପତ୍ର ଅନୁସାରେ, ଏହି ଯୋଜନାରେ ୫ବର୍ଷ ମଧ୍ୟରେ ଅତିରିକ୍ତ ଭାବେ ୧୫୮୩୧୮ ହେକ୍ଟର (୩,୯.୨୧୨ଏକର)ଜମିରେ ସେଚାଂଚଳ ସୃଷ୍ଟି ସହିତ ୬୪୩୫ ହେକ୍ଟର ସେଚାଂଚଳର ସୁଦୃଢ଼ୀକରଣ କରାଯିବ । ନୂତନ ଜଳସେଚନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ ତଥା ସର୍ଭେ ଓ ଅନୁସନ୍ଧାନ, ନଦୀ ଅବବାହିକାରେ ବନ୍ୟା ଓ ମରୁଡ଼ି ପରିସ୍ଥିତିର ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ସହିତ ନିର୍ମଣାଧୀନ ଜଳସେଚନ ପ୍ରକଳ୍ପଗୁଡ଼ିକର ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବା ଏବଂ ପିଏମକେଏସୱାଇ ପରି କେନ୍ଦ୍ରୀୟ ଅନୁଦାନ ପାଇବା ନିମନ୍ତେ ପ୍ରକଳ୍ପର ପୂର୍ବ କାର୍ଯ୍ୟକଳାପ ସମାପ୍ତ କରି ନିର୍ମାଣ କାର୍ଯ୍ୟକୁ ଅଗ୍ରୀମ ପର୍ଯ୍ୟାୟକୁ ନେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ଯୋଜନାରେ ୫ବର୍ଷ ମଧ୍ୟରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ୬୦୫୭.୬୭କୋଟି ଟଙ୍କା ଓ ନୂଆ ପ୍ରକଳ୍ପ ପାଇଁ ୩୫୯୪.୫୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

Advertisment

ଅନ୍ୟପକ୍ଷରେ ରାଜ୍ୟରେ ମୋଟ ୬୧.୮୦ଲକ୍ଷ ହେକ୍ଟର ଚାଷଜମି ଥିବାବେଳେ ସେଥିରୁ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୪୯.୯୩ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହୋଇସାରିଛି । ଏବେ ଏହି ଯୋଜନାରେ ଆଉ ୧.୫୮ଲକ୍ଷ ହେକ୍ଟର ଚାଷ ଜମି(୩.୯୧ଲକ୍ଷ ଏକର)କୁ ଜଳସେଚନ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ବଜେଟରେ ଆବଶ୍ୟକ ବ୍ୟୟବରାଦ କରିଥିବା ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe