ସାଢ଼େ ୭ମାସ ବିତିଲା, ଓଡ଼ିଶାରେ କା’ରେ ପୁଲିସ ମୁଖିଆ: କିଏ ହେବେ ସ୍ଥାୟୀ ପୁଲିସ ଡିଜି

ସୁପ୍ରିମକୋର୍ଟଙ୍କ ୨୦୧୮ ଜୁଲାଇ ମାସର ରାୟ ଓ କେନ୍ଦ୍ର ଗୃହ ସଚିବଙ୍କ ୨୦୨୪ ଫେବୃୟାରୀ ମାସର ତାଗିଦକୁ ଖାତିର ନକରି ଓଡ଼ିଶା ସରକାର ମାସମାସ ଧରି ପୁଲିସ ବିଭାଗର ସର୍ବୋଚ୍ଚ ‘ପୁଲିସ ଡିଜି’ ପଦବୀକୁ କା’ରେ ରଖିଛନ୍ତି।

IPS Arun Kumar Sarangi

ଅରୁଣ ଷଡ଼ଙ୍ଗୀ

Ordigital Desk
  • Published: Thursday, 18 July 2024
  • Updated: 19 July 2024, 08:15 AM IST

Sports

Latest News

ରାଜ୍ୟରେ ସାଢ଼େ ୭ମାସ ହେଲା ସ୍ଥାୟୀ ପୁଲିସ ଡିଜି ନାହାନ୍ତି । କା’ରେ ପୁଲିସ ଫୋର୍ସର ମୁଖିଆ ଦାୟିତ୍ୱ ସମ୍ଭାଳିଛନ୍ତି ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ତଥା ସ୍ପେଶାଲ ଡିଜି ଅରୁଣ କୁମାର ଷଡ଼ଙ୍ଗୀ । ସୁପ୍ରିମକୋର୍ଟଙ୍କ ୨୦୧୮ ଜୁଲାଇ ମାସର ରାୟ ଓ କେନ୍ଦ୍ର ଗୃହ ସଚିବଙ୍କ ୨୦୨୪ ଫେବୃୟାରୀ ମାସର ତାଗିଦକୁ ଖାତିର ନକରି ଓଡ଼ିଶା ସରକାର ମାସମାସ ଧରି ପୁଲିସ ବିଭାଗର ସର୍ବୋଚ୍ଚ ‘ପୁଲିସ ଡିଜି’ ପଦବୀକୁ କା’ରେ ରଖିଛନ୍ତି । ଯାହାକି ନାକେବଳ ପୁଲିସ ବାହିନୀର ମନୋବଳ ହ୍ରାସ କରୁଛି ବରଂ ‘ପୁଲିସ ମୁଖ୍ୟ’ ପଦବୀରେ ଥାଇ ମଧ୍ୟ ଫୋର୍ସକୁ ଯେଉଁ ଢଙ୍ଗରେ ପରିଚାଳନା କରିବା କଥା ତାହା କରିବାରେ ‘ଅସ୍ଥାୟୀ ଡିଜିପି’ ସକ୍ଷମ ହେଉନଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଘଂନ କରି ତତକାଳୀନ ବିଜେଡି ସରକାର ୨୦୨୩ ଡିସେମ୍ବର ମାସରେ ‘ପୁଲିସ ଡିଜି’ ପଦବୀକୁ କା’ରେ ଟେକି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି) ନିକଟକୁ ଓଡ଼ିଶା ସରକାର ନିଜର ଯୋଗ୍ୟ ଡିଜି ପାହ୍ୟାର ପୁଲିସ ଅଫିସରଙ୍କ ତାଲିକା ପଠାଇନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁସାରେ,  ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଷଡ଼ଙ୍ଗୀ ୨୦୨୩ ଡିସେମ୍ବର ୩୧ ତାରିଖରେ ‘ପୁଲିସ ଡିଜି’ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ତତକାଳୀନ ବିଜେଡି ସରକାର ରାଜ୍ୟରେ ‘ସ୍ଥାୟୀ ଡିଜିପି’ ପଦବୀ ନିମନ୍ତେ ଯୋଗ୍ୟ ଡିଜି ପାହ୍ୟାର ଆଇପିଏସ୍ ଅଫିସରଙ୍କ ତାଲିକା କେନ୍ଦ୍ର ଲୋକସେବା ଆୟୋଗଙ୍କ ନିକଟକୁ ପଠାଇନଥିଲେ । ଏବେ ରାଜ୍ୟରେ ମୋହନ ମାଝୀଙ୍କ ସରକାର କ୍ଷମତାକୁ ଆସିବାର ମାସେ ବିତିଲାଣି । ତଥାପି ଗୃହ ବିଭାଗ ପକ୍ଷରୁ ସ୍ଥାୟୀ ଡିଜି ନିଯୁକ୍ତି ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିବା ଜଣାପଡ଼ିଛି । ଏପରିକି ୨୦୨୪ ଫେବୃୟାରୀ ପ୍ରଥମ ସପ୍ତାହରେ କେନ୍ଦ୍ର ଗୃହ ସଚିବ ମଧ୍ୟ ଏନେଇ ଓଡ଼ିଶା ସମେତ ୭ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କେଉଁ ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନି ଓ ଅସ୍ଥାୟୀ ଡିଜି କାହିଁକି ନିଯୁକ୍ତି ଦିଆଯାଇଛି ତା’ର ଅନୁପାଳନ ରିପୋର୍ଟ ମାଗିଥିଲେ । ମାତ୍ର ଏନେଇ ଓଡ଼ିଶା ସରକାର ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ କିଛି ବି ରିପୋର୍ଟ ପଠାଇ ନଥିବା ଜଣାପଡ଼ିଛି । ୨୦୧୮ ଜୁଲାଇ ମାସରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଭାବେ ‘ଅସ୍ଥାୟୀ ଡିଜି’ ନିଯୁକ୍ତି ଉପରେ କଟକଣା ଲଗାଇଥିଲେ ଓ ଅତି ଜରୁରୀ ପରିସ୍ଥିତି ନଥିଲେ ୟୁପିଏସସି ମାଧ୍ୟମରେ ସ୍ଥାୟୀ ଡିଜି ନିଯୁକ୍ତି ଦେବାକୁ ରାଜ୍ୟଗୁଡ଼ିକୁ କହିବା ସହ ଡିଜିପି ନିଯୁକ୍ତି ସଂକ୍ରାନ୍ତ ରାଜ୍ୟ ଆଇନ କିମ୍ବା ଅନ୍ୟ ସମସ୍ତ ରୁଲସକୁ ମଧ୍ୟ ନିରସ୍ତ୍ର କରିଦେଇଥିଲେ ।

ଏପଟେ ରାଜ୍ୟରେ ସରକାର ପରିବର୍ତ୍ତନ ସହ ପରବର୍ତ୍ତୀ ଡିଜି କିଏ ହେବ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଓ ଲବି ଜୋରଦାର ହୋଇଛି । ରାଜ୍ୟର ବିଜେପି ସରକାର ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ପ୍ରସଙ୍ଗ କରିଥିବାରୁ ଜଣେ ଓଡ଼ିଆ ଅଫିସରଙ୍କୁ ସ୍ଥାୟୀ ପୁଲିସ ଡିଜି ପଦବୀରେ ରଖିବାର ସମ୍ଭାବନା ଅଧିକ ରହିଛି । ପ୍ରଶାସନିକ ମୁଖ୍ୟ ପଦବୀ  ବା ମୁଖ୍ୟ ସଚିବ ପଦବୀରେ ଜଣେ ଅଣଓଡ଼ିଆ ଅଫିସର ଥିବାରୁ ପୁଲିସ ପ୍ରଶାସନିକ ମୁଖିଆ ପଦବୀରେ ଓଡ଼ିଆ ଅଫିସରଙ୍କୁ ନିଯୁକ୍ତି ଦେଇ ବିଜେପି ସରକାର ସନ୍ତୁଳନ ରଖିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।

Also Read

କେନ୍ଦ୍ର ଲୋକସେବା ଆୟୋଗଙ୍କ ପକ୍ଷରୁ ୨୦୨୩ ମସିହା ସେପ୍ଟେମ୍ବରରେ ଓ ୨୦୨୪ ମେ’ ମାସରେ ଜାରି ସଂଶୋଧିତ ଗାଇଡଲାଇନ୍ ଅନୁସାରେ ରାଜ୍ୟ ପୁଲିସ ଡିଜିପି(ପୁଲିସ ଫୋର୍ସ ମୁଖ୍ୟ) ପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଯେଉଁ ଆଇପିଏସ୍ ଅଫିସରମାନଙ୍କ ତାଲିକା ପଠାଇବେ ସେମାନେ ସମସ୍ତେ ସ୍ଥାୟୀ ଡିଜି ପଦବୀ ଖାଲି ହେବା ବେଳକୁ ରାଜ୍ୟ କ୍ୟାଡ଼ରରେ ଡିଜି ପାହ୍ୟା(ପେ’ ମାଟ୍ରିକ୍ସ ଲେଭଲ-୧୬)ରେ ଥିବା ଜରୁରୀ । ଯଦି କୌଣସି ଆଇଏଏସ୍‌ ଅଫିସରଙ୍କ ନାଁରେ ଭିଜିଲାନ୍ସ ତଦନ୍ତ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ରହିଥିବ ଅବା ତାଲିକା ପଠାଇବା ପରେ ଆରମ୍ଭ ହୋଇଥିବ ତାଙ୍କୁ ‘ପୁଲିସ ଡିଜି’ ପଦବୀରେ ନିଯୁକ୍ତି ଦିଆଯାଇ ପାରିବ ନାହିଁ । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଫିସରଙ୍କ ନାଁ ମଧ୍ୟ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ତାଲିକାରେ ସାମିଲ କରି ପଠାଯାଇ ପାରିବନି ବୋଲି ୟୁପିଏସସି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏବେ ରାଜ୍ୟ କ୍ୟାଡ଼ରରେ ସର୍ବୋଚ୍ଚ ଡିଜି ପାହ୍ୟା(ସର୍ବୋଚ୍ଚ ପେ’ ସ୍କେଲ ଲେଭଲ-୧୭)ରେ କେହି ନଥିବାବେଳେ ଡିଜି ପାହ୍ୟାର(ଏଚଏଜି +) ମୋଟ ୬ଜଣ ଆଇପିଏସ୍ ଅଫିସର ଅଛନ୍ତି । ରାଜ୍ୟ କ୍ୟାଡ଼ରର ଡିଜି ପାହ୍ୟାରେ ଥିବା ଏହି ସମସ୍ତ ଆଇପିଏସଙ୍କ ପେ’ମାଟ୍ରିକ୍ସ ଲେଭଲ-୧୬ ରହିଛି । ଯଦିଓ କୌଣସି ଅଫିସର ୨୫ବର୍ଷ ଚାକିରି କରିଥିଲେ ସେମାନଙ୍କ ନାଁ ଡିଜିପି ତାଲିକାରେ ସାମିଲ ହୋଇପାରିବ ବୋଲି ୟୁପିଏସସି କର୍ତ୍ତୃପକ୍ଷ କହିଛନ୍ତି କିନ୍ତୁ ଓଡ଼ିଶାରେ ଏହି ୬ଜଣ ଅଫିସରଙ୍କୁ ବାଦ୍ ଦେଲେ କେହି ‘ଲେଭଲ-୧୬’ ଦରମା ପାଉନଥିବାରୁ ସେମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ଏହି ୬ଜଣ ଡିଜି ପାହ୍ୟାର ଆଇପିଏସଙ୍କ ମଧ୍ୟରୁ ୧୯୯୦ ବ୍ୟାଚର ଆଇପିଏସ୍ ୱାଇବି ଖୁରାନିଆ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଓ ୧୯୮୮ ବ୍ୟାଚ୍ ଆଇପିଏସ୍ ଅରୁଣ ରାୟ, ୧୯୮୯ ବ୍ୟାଚ୍ ଆଇପିଏସ୍ ଏଏମ୍ ପ୍ରସାଦ ଓ ଏସଏମ ନରୱଣେ, ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି ।

ଯେହେତୁ ଅରୁଣ ରାୟ ଓ ଶ୍ରୀ ନରୱଣେଙ୍କ ବିରୁଦ୍ଧରେ ପୂର୍ବ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଥିଲେ ତେଣୁ ସେମାନଙ୍କ ନାଁକୁ ୟୁପିଏସସି କର୍ତ୍ତୃପକ୍ଷ ବିଚାରକୁ ନେବା ସମ୍ଭାବନା କ୍ଷୀଣ । ଆଉ ଏଏମ୍ ପ୍ରସାଦ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ମଧ୍ୟରୁ ରାଜ୍ୟ ସରକାର ନିଜ ପସନ୍ଦର ଜଣେ ଅଫିସରଙ୍କୁ ସ୍ଥାୟୀ ଡିଜି ଭାବେ ଚୟନ କରିପାରିବେ । ଏବେ ଯେହେତୁ ଶ୍ରୀ ଷଡ଼ଙ୍ଗୀ ପ୍ରାୟ ସାଢ଼େ ୭ମାସରୁ ଅଧିକ ସମୟ ଧରି ଅସ୍ଥାୟୀ ପୁଲିସ ଡିଜି ପଦବୀରେ ରହି କାର୍ଯ୍ୟ କରୁଛନ୍ତି ଓ ସାଧାରଣ ନିର୍ବାଚନବେଳେ ବିଜେଡିର ଆତ୍ମଘୋଷିତ ସୁପର ମିନିଷ୍ଟରଙ୍କୁ ଖାତିର ନକରି ନିଜର ଦକ୍ଷତା ପ୍ରତିପାଦନ ଦେଖାଇ ବଢ଼ୁଥିବା ହିଂସାକୁ ନିୟନ୍ତ୍ରଣ କରିପାରିଥିଲେ, ତେଣୁ ତାଙ୍କୁ ହଟାଇବା ପରିବର୍ତ୍ତେ ବର୍ତ୍ତମାନର ବିଜେପି ସରକାର ତାଙ୍କୁ ସ୍ଥାୟୀ ଡିଜି କରିବାର ଅଧିକ ସମ୍ଭାବନା ରହିଛି । ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ସ୍ଥାୟୀ ଡିଜି ହେବା ପାଇଁ ଦୌଡ଼ରେ ରହିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story