ନୂଆଦିଲ୍ଲୀ: ଆଇପିଏଲର ପୂର୍ବ କମିଶନର ଲଲିତ ମୋଦିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ବିଶେଷ ପିଏମଏଲ କୋର୍ଟ ଲଳିତଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲଳିତଙ୍କୁ ହାଜିର କରିବା ନେଇ ଏହି ୱାରେଣ୍ଟ ଜାରି କରିବାକୁ କୋର୍ଟରେ ଅପିଲ କରିଥିଲେ ।
ଇଡିଙ୍କ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିତ୍ତମନ୍ତ୍ରୀ ଅରୁଣ ଜେଟଲି ମଙ୍ଗଳବାର ସଂସଦରେ ସୂଚନା ଦେଇଥିଲେ । ଲଳିତ ମୋଦିଙ୍କ ବିରୋଧରେ ପିଏମଏଲଏ ତରଫରୁ ମାମଲା ରୁଜୁ କରାଯାଇଥିଲା । ଲଳିତଙ୍କୁ ୩ଥର ସମନ ଜାରି କରାଯିବା ସତ୍ତ୍ୱେ ତାଙ୍କ ତରଫରୁ କୌଣସି ଉତ୍ତର ରଖାଯାଇ ନ ଥିଲା । ଏବେ ମୋଦି ୟକେରେ ରହୁଛନ୍ତି । ଲଳିତ ଗଣମାଧ୍ୟମ ଜରିଆରେ ବାରମ୍ବାର ସମ୍ମୁଖକୁ ଆସି ଅଦାଲତ ତରଫରୁ ଦିଆଯାଉଥିବା ସମନ ସେ ପାଇ ନ ଥିବା କହୁଛନ୍ତି । ସୂଚନାଯୋଗ୍ୟ, ଲଳିତ ମୋଦିଙ୍କ ବିରୋଧରେ ଆଇପିଏଲ ପ୍ରସାରଣ ଅଧିକାର ଦେବାରେ ଅନିୟମିତତା କରାଯାଇଥିବା ଅଭିଯୋଗର ତଦନ୍ତ କରୁଛି ଇଡି । ଏହାକୁ ନେଇ ପିଏମଏଲଏ ତରଫରୁ ଯାଞ୍ଚ କରାଯାଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।