କାବୁଲ:ଆଫଗାନିସ୍ତାନର ପୂର୍ବରେ ଥିବା ଜଲାଲାବାଦ ସହରରେ ଶନିବାର ଏକ ବ୍ୟାଙ୍କରେ ଆତ୍ମଘାତୀ ଆକ୍ରମଣରେ ୩୩ ଜଣ ପ୍ରାଣ ହରାଇଛନ୍ତି। ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକ ଅବସ୍ଥା ଗୁରୁତର ରହିଛି। ଆକ୍ରମଣକାରୀମାନେ ଏକ ମୋଟରସାଇକେଲ୍ରେ ବିସ୍ଫୋରକ ରଖିଥିଲେ। ସେମାନେ ଉଭୟ ସେନାର ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିଲେ। ମାସିକିଆ ଦରମା ନେବାକୁ ଲୋକେ ବ୍ୟାଙ୍କ ଆଗରେ ଜମା ହୋଇଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଅନ୍ୟପକ୍ଷରେ କୌଣସି ଆତଙ୍କବାଦୀ ସଂଗଠନ ଏ ନେଇ ନିଜକୁ ଦାୟୀ କରି ନାହିଁ।
ସେହିପରି ଶନିବାର ଜଲାଲାବାଦରେ ଆଉ ଏକ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏକ ମସଜିଦ ଆଗରେ ହୋଇଥିଲା ଏହି ବିସ୍ଫୋରଣ। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।
ଅନ୍ୟ ଏକ ବିସ୍ଫୋରଣର ଖବର ମଧ୍ୟ ଆସିଥିଲା। ଅବଶ୍ୟ ପରେ ଜଣାପଡ଼ିଲା ଆଫଗାନିସ୍ତାନ ସେନାର ଯବାନମାନେ ବୋମାଟିକୁ ନିଷ୍କ୍ରିୟ କଲା ବେଳେ ତାହା ଫୁଟି ଯାଇଥିଲା। ଏଥିରେ କେହି ହତାହତ ହୋଇନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ବହୁ ବିବାହ ପ୍ରଥା ବେଆଇନ! କେମିତି ୨ ଜଣଙ୍କୁ ଗୋଟିଏ ମଣ୍ଡପରେ ବାହା ହେଲେ ସୂର୍ଯ୍ୟ ଦେବ?
ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

National
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ପୁଣି ସଫଳତା: ଟଳିଲେ ୧୬ ମାଓବାଦୀ
ନକ୍ସଲ ମୁକ୍ତ ଅଭିଯାନକୁ ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ମିଳିବାରେ ଲାଗିଛି।

Business
କ’ଣ ସେବା ଦେଇ ଗୁପ୍ତ ଭାବେ ଟଙ୍କା ନେଉଛି ବ୍ୟାଙ୍କ?
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ।

National
ପତ୍ନୀଙ୍କ ପରକୀୟା ପ୍ରୀତି ପରେ ହିଂସା ନୁହେଁ ପ୍ରେମକୁ ସମ୍ମାନ ଦେଲେ ବବଲୁ
ବବଲୁ ସ୍ଥାନୀୟ କୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରି ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ଓ ଏହାପରେ ପତ୍ନୀଙ୍କୁ ନିଜ ପ୍ରେମିକଙ୍କ ହାତରେ ଟେକି ଦେଇଥିଲେ।