ନୂଆଦିଲ୍ଲୀ: ବିପତ୍ତି ବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଉଥିବା ଏନଡିଆରଏଫରେ ମହାମାରୀ କରୋନା ପ୍ରବେଶ କରିଛି। ଗୋଟିଏ ପଟେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଏନଡିଆରଏଫ ଟିମ ବାତ୍ୟା ଅମ୍ଫାନରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହଯୋଗ କରୁଥିବା ବେଳେ ଅନ୍ୟପଟେ ସଂସ୍ଥାର ଜଣେ ସବଇନ୍ସପେକ୍ଟର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି।
ଏନଡିଆରଏଫରେ କେହି କରୋନାରେ ଆକ୍ରାନ୍ତ ହେବା ପ୍ରଥମ ଘଟଣା। ଏହି ସବଇନ୍ସପେକ୍ଟର ରାଙ୍କର ଅଫିସର ଜଣଙ୍କ ଛୁଟିରେ ଥିଲେ ଓ ସେ ଅନ୍ୟ କୌଣସି ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ତେବେ ସେଠାରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା।
ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଗ୍ରେଟର ନୋଏଡାରେ ଥିବା ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି।
ଏହାପୂର୍ବରୁ ସିଆରପିଏଫ, ଆଇଟିବିପି,ବିଏସଏଫ,ସିଆଇଏସଏଫ ଓ ଏସଏସବିର ଯବାନମାନେ କାର୍ଯ୍ୟ କରିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ପ୍ରାୟ ୪୦୦ ଯବାନ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।