ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ମଙ୍ଗଳବାର ବସିଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧିଙ୍କୁ ପୁଣି ଅଧ୍ୟକ୍ଷା ଭାବେ ଚୟନ କରାଯାଇଛି । ଏହାସହ ରାହୁଲ ଗାନ୍ଧିଙ୍କୁ ପାର୍ଟି ଦାୟିତ୍ୱ ଦିଆଯିବା ନେଇ ଚାଲିଥିବା ଚର୍ଚ୍ଚାରେ ବ୍ରେକ ଲାଗିଛି । ସୂଚନାଯୋଗ୍ୟ ଯେ, ରାହୁଲ କିଛିଦିନ ତଳେ କଂଗ୍ରେସ ନେତାମାନଙ୍କ ସହ ଅନୁଷ୍ଠିତ ବୈଠକରେ ସମସ୍ତେ ତାଙ୍କୁ ସିଧାସଳଖ ରିପୋର୍ଟ କରିବାକୁ କହିଥିଲେ । ଏଥିରୁ ରାହୁଲଙ୍କୁ ଦଳର ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଦଳର କାର୍ଯ୍ୟକାରିଣୀ ବୈଠକରେ ଅଧିକାଂଶ ସଦସ୍ୟ ସୋନିଆଙ୍କ ଉପରେ ଭରସା ଦେଖାଥିଲେ । ଏହାକୁ ଦୃଷ୍ଟିରେ ରଖି ସୋନିଆଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ଲାଗି ବଢାଇ ଦିଆଯାଥିଲା। ବୈଠକରେ ସୋନିଆ ମୋଦିଙ୍କୁ ସମାଲୋଚନା କରିବା ସହ ରାହୁଲଙ୍କ ପ୍ରଶଂସା କରିଥିଲେ । ସେ ମୋଦିଙ୍କୁ ସମାଲୋଚନା କରି ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା କହିବା ସହ ସରକାରଙ୍କ ବିରୋଧରେ ରାହୁଲ କରିଥିବା ପ୍ରଦର୍ଶନକୁ ପ୍ରଶଂସା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।