ଜୋହାନ୍ସବର୍ଗ: ପାର୍କିଂ ବିବାଦକୁ ନେଇ ଦକ୍ଷିଣ ଆଫ୍ରିକାର ଡରୱନରେ ଭାରତର ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକମାନେ ଦୁଇଭାଇ ବୋଲି ଜଣାପଡିଛି । ମୃତକମାନେ ହେଲେ ଅହମ୍ମଦ ବାବଦା (୨୫) ଏବଂ ମହମ୍ମଦ ବାବଦା (୩୧) । ଅହମ୍ମଦ ସେଠାରେ ଆକାଉଣ୍ଟାଣ୍ଟ ଓ ମହମ୍ମଦ ଏଷ୍ଟେଟ ଏଜେଣ୍ଟ ଭାବେ କାମ କରୁଥିଲେ । ଉଭୟଙ୍କ ସହ ଗୁଳି ମାରିଥିବା ଅଭିଯୁକ୍ତ ଗୋଟିଏ ଆପାଣ୍ଟମେଣ୍ଟରେ ଭଡାରେ ରହୁଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ଅହମ୍ମଦ ଗାଡି ପାର୍କିଂ କରି ପତ୍ନୀ ସହ ଯାଉଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଗୁଳି ମାରିଥିଲେ । ତିନି ମହଲା ଫ୍ଲାଟରୁ ମହମ୍ମଦ ପାଟି ଶୁଣି ସିଡିରେ ପାର୍କିଂ ସ୍ଥଳକୁ ଆସି ପହଞ୍ଚିବା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
National
୨୬ରେ ଶପଥ ନେବେ ହେମନ୍ତ ସୋରେନ୍
ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ଦାବି କରିବେ।
National
ମାୟାବତୀଙ୍କ ବଡ଼ ଘୋଷଣା: ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍ପି
ଉତ୍ତରପ୍ରେଦଶର ୯ଟି ବିଧାନସଭା ଆସନରୁ ଗୋଟିଏରେ ବି ଜିତି ପାରି ନାହିଁ ବିଏସ୍ପି। ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛି।