କୋଲକାତା: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଦକ୍ଷିଣ କୋଲକାତାର ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି।
ବିପୁଳ ସମର୍ଥକଙ୍କ ଗହଣରେ ଯାଇ ମମତା ଆଲିପୋର୍ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ମମତା ପ୍ରାର୍ଥିପତ୍ର ଦାଖଲ କରିବା ପରେ ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଦୀପା ମୁନ୍ସୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେହିପରି ବିଜେପି ତରଫରୁ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ଏହି ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଏହି ହାଇପ୍ରୋଫାଇଲ୍ ଆସନରେ ବବି ହଲଦାର ନାମକ ଜଣେ କିନ୍ନର ଲୋକ ଜନଶକ୍ତି ପାର୍ଟି ପକ୍ଷରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତିର ବିଜୟ ହୋଇଛି। ହେଲେ ଏହାକୁ ଆରମ୍ଭରୁ ହିଁ ବିରୋଧୀ ଏମଭିଏ ବିରୋଧ କରି ଆସୁଛି।
National
ରାପ୍ପର ବାଦଶାହଙ୍କ କ୍ଲବ ଆଗରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଏହି ଗ୍ୟାଙ୍ଗଷ୍ଟର
ବିସ୍ଫୋରଣ ପଛର କାରଣ ଜଣପଡ଼ି ନଥିବା ବେଳେ ଏବେ ଏଥିପାଇଁ କାନାଡାରେ ରହିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ନିଜକୁ ଦାୟୀ କରିଛି।
National
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ଘରେ ଲଗାଇ ଦେଲେ ନିଆଁ, ପାଉଁଶ ହେବା ଯାଏ ଛିଡ଼ା ହୋଇ ରହିଲେ
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ସେ ଘରର ଜିନିଷ ଭଙ୍ଗା ରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି।
National
ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ
ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।