କୁଲବୁର୍ଗି: କର୍ଣ୍ଣାଟକ କୁଲବର୍ଗିରେ ଟ୍ରେନ୍ ଦୁର୍ଘଟଣାଗସ୍ତ ହୋଇଛି। ସିକନ୍ଦରାବାଦ୍-ମୁମ୍ୱାଇ ଦୂରୋନ୍ତ ଏକ୍ସପ୍ରେସ୍ ଗତକାଲି ବିଳମ୍ୱିତ ରାତିରେ କୁଲବର୍ଗି ଜିଲ୍ଲାର ମାଟୁର୍ର ଷ୍ଟେସନ୍ ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନରେ ୯ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମହାରାଷ୍ଟ୍ରର ସୋଲାପୁର ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ମହାରାଷ୍ଟ୍ର ଓ କର୍ଣ୍ଣାଟକ ସୀମାବର୍ତ୍ତି ଅଞ୍ଚଳରେ ହୋଇଛି। ଘଟଣାସ୍ଥଳରେ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ରେଲ୍ ବୋର୍ଡର ଚେୟାରମ୍ୟାନ୍ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ରେଳମନ୍ତ୍ରୀ ସୁରେଶ ପ୍ରଭୂ ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୀଡ଼ିତ ଯାତ୍ରୀଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରୀଙ୍କୁ ମୁମ୍ୱାଇ ନେବା ପାଇଁ ବ୍ୟବସ୍ଥା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।