ନୂଆଦିଲ୍ଲୀ: କରୋନା ପାଇଁ ସମଗ୍ର ଦେଶ ଏବେ ଯୁଦ୍ଧ କରୁଛି। ୧୩୦ କୋଟି ଲୋକଙ୍କ ପାଇଁ କରୋନା ମହାମାରୀ ସାମ୍ନାରେ ରହି ଲଢ଼େଇ କାଥିବା କରୋନା ଯୋଦ୍ଧାଙ୍କ ସଂଖ୍ୟା କେତେ ଆପଣ ଜାଣିଛନ୍ତି କି? ବର୍ତ୍ତମାନ ଭାରତର ୧୩୦ କୋଟି ଲୋକଙ୍କ ପାଇଁ ବିଭିନ୍ନ କ୍ୟାଟୋଗରୀର ୧.୨ କୋଟିରୁ ଅଧିକ ଲୋକ କରୋନା ଯୋଦ୍ଧା ସାଜିଛନ୍ତି। ସ୍ଥିତି ଏମିତି ହୋଇଛି ଯେ କିଛି ରାଜ୍ୟରେ କମ ତାଲିମ ପ୍ରାପ୍ତ ଲୋକ ମଧ୍ୟ କରୋନା ଯୋଦ୍ଧା ସାଜି ଏହି ମାହାମାରୀ ବିରୋଧରେ ଲଢ଼େଇ କରୁଛନ୍ତି।
କେନ୍ଦ୍ର ସରକାର ନିକଟରେ କରୋନା ଯୋଦ୍ଧାଙ୍କ ସଂଖ୍ୟା ଓ ସେମାନଙ୍କ ସମ୍ପର୍କରେ ତଥ୍ୟ ପ୍ରକାଶ କରିଛନ୍ତି। କେନ୍ଦ୍ରର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ୧.୨ କୋଟି ଲୋକ କରୋନା ଯୋଦ୍ଧା ସାଜିଛନ୍ତି। ଏମାନଙ୍କ ମଧ୍ୟରେ ଡାକ୍ତର(ଡେଣ୍ଟିଷ୍ଟ ଓ ଭେଷଜ ଡାକ୍ତରଙ୍କୁ ମିଶାଇ), ନର୍ସ, ଫାର୍ମାସିଷ୍ଟ, ଲ୍ୟାବ ସ୍ୱେଚ୍ଛାସେବୀ, ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଏନଏସଏସ ଓ ଏନସିସି ସଦସ୍ୟ ପ୍ରମୁଖ ରହିଛନ୍ତି।
ତେବେ ଏମାନଙ୍କ ମଧ୍ୟରେ ସଫେଇ କର୍ମଚାରୀ ଓ ପୁଲିସଙ୍କୁ ସାମିଲ କରାଯାଇନାହିଁ। ୧.୨ କୋଟି କରୋନା ଯୋଦ୍ଧାଙ୍କ ମଧ୍ୟରୁ ମାତ୍ର ୪୨.୭ ଲକ୍ଷ ବା ୩୪% ହେଉଛନ୍ତି ଡାକ୍ତର, ନର୍ସ, ଫାର୍ମସିଷ୍ଟ, ଲ୍ୟାବ କର୍ମଚାରୀ ଓ ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଏହି କରୋନା ଯୋଦ୍ଧାମାନେ ସିଧାସଳଖ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି କାମ କରୁଛନ୍ତି।
ସେହିପରି ୨.୧ ଲକ୍ଷ ଡେଣ୍ଟିଷ୍ଟ, ୮.୩ ଲକ୍ଷ ଆୟୁଷ ଡାକ୍ତର, ୩୦ ଲକ୍ଷ ଏନସିସି, ଏନଏସଏସ, ଏନୱାକେଏସ ଓ ଏକ୍ସ ସର୍ଭିସମେନ ରହିଛନ୍ତି। ଦେଶରେ ୩୫.୫ ଲକ୍ଷ ଅଙ୍ଗନୱାଡି ଓ ଆଶାକର୍ମୀ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।