ମା’ ଓ ଦୁଇ ଭଉଣୀଙ୍କ ଉପରେ ମାଡ଼ିଗଲା ଟ୍ରେନ, ଶବ ନିକଟରେ କାନ୍ଦୁଥିବା ଶିଶୁ ଉଦ୍ଧାର

ନୂଆଦିଲ୍ଲୀ: ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଟ୍ରେନ୍‌ ମାଡ଼ି ଯିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଜଣ ଛୋଟ ଝିଅ ପ୍ରାଣ ହରାଇଛନ୍ତି। ହେଲେ ଦୁର୍ଘଟଣାକୁ ଅଳ୍ପକେ ବର୍ତ୍ତି ଯାଇଛି ଜଣେ ବର୍ଷକର ଶିଶୁ। ଜୀବନ ଓ ମୃତ୍ୟୁର ଦୋ’ ଛକିରେ ସେ ଖଣ୍ଡବିଖଣ୍ଡିତ ଶବ ନିକଟରେ ବସି କାନ୍ଦୁଥିବା ବେଳେ ରେଳବାଇ ଅଧିକାରୀମାନେ ତା’କୁ ଉଦ୍ଧାର କରିଛନ୍ତି। ଶିଶୁଟିକୁ ଉଦ୍ଧାର କରିବା ବେଳେ ରେଳବାଇ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। […]

d

Hemant Lenka
  • Published: Thursday, 02 July 2020
  • , Updated: 02 July 2020, 04:38 PM IST

ନୂଆଦିଲ୍ଲୀ: ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଟ୍ରେନ୍‌ ମାଡ଼ି ଯିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଜଣ ଛୋଟ ଝିଅ ପ୍ରାଣ ହରାଇଛନ୍ତି। ହେଲେ ଦୁର୍ଘଟଣାକୁ ଅଳ୍ପକେ ବର୍ତ୍ତି ଯାଇଛି ଜଣେ ବର୍ଷକର ଶିଶୁ। ଜୀବନ ଓ ମୃତ୍ୟୁର ଦୋ’ ଛକିରେ ସେ ଖଣ୍ଡବିଖଣ୍ଡିତ ଶବ ନିକଟରେ ବସି କାନ୍ଦୁଥିବା ବେଳେ ରେଳବାଇ ଅଧିକାରୀମାନେ ତା’କୁ ଉଦ୍ଧାର କରିଛନ୍ତି।

ଶିଶୁଟିକୁ ଉଦ୍ଧାର କରିବା ବେଳେ ରେଳବାଇ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଟ୍ରାକ୍‌ ଉପରେ ନିସ୍ତେଜ ହୋଇ ପଡ଼ିଥିବା ଖଣ୍ଡବିଖଣ୍ଡିତ ଶବ ଗୁଡ଼ିକୁ ପୁଣିଥରେ ଉଠାଇବାକୁ ଚେଷ୍ଟା କରୁଥିଲା। ହେଲେ କଅଁଳ ଶିଶୁର ଡାକ ଶୁଣିବାକୁ ତା’ ମା’ ଆଉ ଏ ଦୁନିଆରେ ନଥିଲା।

ଦିଲ୍ଲୀର ମାଣ୍ଡୱାଲି ଅଞ୍ଚଳ ରେଳ ଟ୍ରାକ୍‌ରେ ଜଣେ ମହିଳା ଓ ଦୁଇ ଜଣ ଝିଅଙ୍କ ଖଣ୍ଡବିଖଣ୍ଡିତ ଶବ ପଡ଼ିଥିବା ଖବର ମିଳିଥିଲା। ରାତି ପ୍ରାୟ ୩.୪୦ରେ ଖବର ମିଳିବା ପରେ ଆରପିଏଫ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଟ୍ରାକ ଉପରେ ଜଣେ ୩୦ ବର୍ଷୀୟ ମହିଳା ଓ ଦୁଇ ଜଣ ଝିଅଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ତେବେ ଏହି ଶବ ଗୁଡ଼ିକ ନିକଟରେ ଜୀବିତ ଅବସ୍ଥାର ଜଣେ ବର୍ଷକର ଶିଶୁକୁ ଦେଖି ସେମାନେ ଚକିତ ହୋଇଯାଇଥିଲେ। ରେଳବାଇ ଅଧିକାରୀମାନେ ତୁରନ୍ତ ଶିଶୁଟିକୁ ସେଠାରୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଏବେ ଶିଶୁଟିର ଅବସ୍ଥା ସ୍ଥିର ରହିଛି।

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଶିଶୁଟିର ଶରୀରରେ ସାମାନ୍ୟ ଆଘାତ ଲାଗିଛି। ଶବ ନିକଟରୁ ମୋବାଇଲ ଫୋନ ମିଳିଥିବାରୁ ପୁଲିସ୍‌ ମୃତକଙ୍କ ପରିଚୟ ହାସଲ କରିବାରେ ସକ୍ଷମ ହୋଇଛି।

୩୦ ବର୍ଷୀୟ ମହିଳାଙ୍କ ନାଁ କିରଣ। ସେ ମାଣ୍ଡୱାଲି ଠାରେ ରହୁଥିଲେ। ସ୍ୱାମୀଙ୍କ ସହ ଝଗଡ଼ା କରିବା ପରେ ସେ ନିଜ ପିଲାଙ୍କୁ ଧରି ଆତ୍ମହତ୍ୟା କରିବାକୁ ଟ୍ରେନ ଟ୍ରାକ୍‌କୁ ଚାଲି ଆସିଥିବା କୁହାଯାଉଛି।

Related story