ଅଧା ରହିଗଲା ଶିବ ଦର୍ଶନ; ପିକ୍‌ଅପ୍‌ରେ କରେଣ୍ଟ ଚାର୍ଜ ହୋଇ ୧୦ କାଉଡ଼ିଆ ମୃତ

କୋଲକତା: ପଶ୍ଚିମବଙ୍ଗ କୁଚବିହାରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ହୃଦୟ ବିଦାୟକ ଘଟଣା। ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ପ୍ରାୟ ୩୦ କାଉଡ଼ିଆ ଜଳପେଶସ୍ଥିତ ଶିବମନ୍ଦିର ଯାଉଥିବା ବେଳେ ଭ୍ୟାନ୍‌ରେ କରେଣ୍ଟ ସଂଯୋଗ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୧୦ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଗୁରୁତର ହୋଇଛନ୍ତି। ଘଟଣା ପରେ ପିକ୍‌ଅପ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ,  ସୀତଲକୁଚି ଥାନା ଅଞ୍ଚଳର ପ୍ରାୟ ୩୦ କାଉଡ଼ିଆ ଜଳପେଶସ୍ଥିତ ଶିବମନ୍ଦିର ଅଭିମୁଖେ ଜଳଲାଗି […]

current

current

Niharika Rout
  • Published: Monday, 01 August 2022
  • Updated: 01 August 2022, 10:05 AM IST

Sports

Latest News

କୋଲକତା: ପଶ୍ଚିମବଙ୍ଗ କୁଚବିହାରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ହୃଦୟ ବିଦାୟକ ଘଟଣା। ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ପ୍ରାୟ ୩୦ କାଉଡ଼ିଆ ଜଳପେଶସ୍ଥିତ ଶିବମନ୍ଦିର ଯାଉଥିବା ବେଳେ ଭ୍ୟାନ୍‌ରେ କରେଣ୍ଟ ସଂଯୋଗ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୧୦ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଗୁରୁତର ହୋଇଛନ୍ତି। ଘଟଣା ପରେ ପିକ୍‌ଅପ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ,  ସୀତଲକୁଚି ଥାନା ଅଞ୍ଚଳର ପ୍ରାୟ ୩୦ କାଉଡ଼ିଆ ଜଳପେଶସ୍ଥିତ ଶିବମନ୍ଦିର ଅଭିମୁଖେ ଜଳଲାଗି କରିବାକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଯାଉଥିଲେ। ଭ୍ୟାନ୍‌ର ପଛ ପଟେ ଏକ ଜେନରେଟର ଥିଲା। ଗାଡ଼ିଟି ମେଖଲିଗଞ୍ଜ ଥାନା ଅଧୀନ ଧରଲା ବ୍ରିଜ ଉପରେ ଯାଉଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୧୯ ଜଣ ଗୁରୁତର ହୋଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତୁରନ୍ତ ଗୁରୁତରମାନଙ୍କୁ ଜଲପାଇଗୁଡ଼ି ମେଡିକାଲରେ ଭର୍ତ୍ତି କରିଛି।

ପ୍ରାଥମିକ ତଦନ୍ତରୁ ଜେନରେଟରରେ ସଂଯୋଗ ହୋଇଥିବା ତାରରେ ଶଟ ସର୍କିଟ ହେବାରୁ ପୂରା ଗାଡ଼ିଟି କରେଣ୍ଟ ସଂଯୋଗ ହୋଇ ଯାଇଥିବା ଜଣାଯାଇଛି। ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗାଡ଼ିଟିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos