ଉତ୍ତରାଖଣ୍ଡ: ଖାତକୁ ଖସି ପଡିଲା ଜିପ୍‌, ୧୦ ମୃତ, ୨ ନିଖୋଜ

ଡେରାଡୁନ୍‌: ଉତ୍ତରଖଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ଜିପ ଖାତକୁ ଖସିପଡିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଜିପ୍‌ରେ ୧୪ ଜଣ ଲୋକ ପାହାଡିଆ ରାସ୍ତାରେ ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣ ନିଖୋଜ ରହିଛନ୍ତି। ଏନେଇ ଆଜି ଭୋର ୫ଟା ୩୦ରେ ଜିଲ୍ଲା ପ୍ରଶାସନ ନିକଟକୁ ସ୍ଥାନୀୟ ବାସିନ୍ଧାମାନେ ସୂଚନା ଦେଇଥିଲେ। ଜଣେ ଗ୍ରାମବାସୀ କହିଛନ୍ତି,‘‘ଗତକାଲି ରାତି […]

uttarakhand-cloudburst

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 01:31 PM IST

ଡେରାଡୁନ୍‌: ଉତ୍ତରଖଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ଜିପ ଖାତକୁ ଖସିପଡିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଜିପ୍‌ରେ ୧୪ ଜଣ ଲୋକ ପାହାଡିଆ ରାସ୍ତାରେ ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣ ନିଖୋଜ ରହିଛନ୍ତି।

ଏନେଇ ଆଜି ଭୋର ୫ଟା ୩୦ରେ ଜିଲ୍ଲା ପ୍ରଶାସନ ନିକଟକୁ ସ୍ଥାନୀୟ ବାସିନ୍ଧାମାନେ ସୂଚନା ଦେଇଥିଲେ।

ଜଣେ ଗ୍ରାମବାସୀ କହିଛନ୍ତି,‘‘ଗତକାଲି ରାତି ପ୍ରାୟ ୧୧ଟା ୩୦ରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଆମେ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଆସିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁଁ ଆମେ ଆସି ପାରିନଥିଲୁ। ଆଜି ଭୋରରୁ ଆସିବା ପରେ ୧୦ ଜଣ ବିଛାଡି ହୋଇ ପଡିଥିବା ଦେଖିବାକୁ ପାଇଥିଲୁ।”

ପୂର୍ବରୁ ପ୍ରଳୟଙ୍କାରୀ ବନ୍ୟା ଓ ବର୍ଷା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି।

Related story