ସରକାରୀ ଡାକ୍ତରଖାନାରେ ନିଆଁ ଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

ମୁମ୍ବାଇ: ଏକ ସରକାରୀ ହସ୍‌ପିଟାଲ୍‌ରେ ନିଆଁ ଲାଗିଯିବାରୁ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଘଟଣ। ସୂଚନା ଅନୁଯାୟୀ, ଡାକ୍ତରଖାନାର ଯେଉଁ ୱାର୍ଡରେ ୧୭ ଜଣ ନବଜାତ ଶିଶୁଙ୍କୁ ରଖାଯାଇଥିଲା ସେଠାରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଜଣେ ନର୍ସ ସେହି ୱାର୍ଡରୁ ଧୂଆଁ ବାହାରୁଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ୱାର୍ଡର ଦ୍ୱାର ଖୋଲି ଦେଇଥିଲେ ଓ ଚିତ୍କାର […]

fire

fire

Jitendra Garnayak
  • Published: Saturday, 09 January 2021
  • Updated: 09 January 2021, 08:00 AM IST

Sports

Latest News

ମୁମ୍ବାଇ: ଏକ ସରକାରୀ ହସ୍‌ପିଟାଲ୍‌ରେ ନିଆଁ ଲାଗିଯିବାରୁ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଘଟଣ।

ସୂଚନା ଅନୁଯାୟୀ, ଡାକ୍ତରଖାନାର ଯେଉଁ ୱାର୍ଡରେ ୧୭ ଜଣ ନବଜାତ ଶିଶୁଙ୍କୁ ରଖାଯାଇଥିଲା ସେଠାରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଜଣେ ନର୍ସ ସେହି ୱାର୍ଡରୁ ଧୂଆଁ ବାହାରୁଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ୱାର୍ଡର ଦ୍ୱାର ଖୋଲି ଦେଇଥିଲେ ଓ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ହସ୍‌ପିଟାଲ୍‌ର ଅନ୍ୟ କର୍ମଚାରୀ। ସେଠାରେ ନିୟୋଜିତ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସିବା ପରେ ଶିଶୁମାନଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟି ସାରିଥିଲା। ପ୍ରବଳ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିଲା। ବାକି ୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ରିପୋର୍ଟରୁ ସର୍ଟସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଘଟଣା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ମୃତ ଶିଶୁମାନଙ୍କ ବାପାମା’ମାନେ। ଏହି ଘଟଣା ପାଇଁ ସେମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରୁଛନ୍ତି। ତା’ସହିତ ଘଟଣାର ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story