ଶେଷ ଦର୍ଶନ: ରାସ୍ତା ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ମୃତ

ରାୟପୁର (ଓଡ଼ିଶା ରିପୋର୍ଟର): ନବରାତ୍ରି ପାଇଁ ଛତିଶଗଡ଼ ଡୋଙ୍ଗରଗଡ଼ର ମା ବାମ୍‌ଲେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଦର୍ଶନ ସାରି ଫେରିବାବେଳକୁ ସେମାନେ ଯାଇଥିବା ଏସ୍‌ୟୁଭି ସହିତ ଏକ ଟ୍ରକ୍‌ର ଧକ୍କା ହେବାରୁ ଚାଲିଗଲା ପରିବାରର ୧୦ ଜଣଙ୍କ ଜୀବନ ଏବଂ ୪ ଜଣଙ୍କୁ ଆହତ ଅବସ୍ଥାରେ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ। ନାଗପୁର-ରାୟପୁର ଜାତୀୟ ରାଜପଥରେ ଏହି ହୃଦୟଥରା ଦୁର୍ଘଟଣା […]

last-journey

Hemant Lenka
  • Published: Sunday, 14 October 2018
  • , Updated: 14 October 2018, 04:14 PM IST

ରାୟପୁର (ଓଡ଼ିଶା ରିପୋର୍ଟର): ନବରାତ୍ରି ପାଇଁ ଛତିଶଗଡ଼ ଡୋଙ୍ଗରଗଡ଼ର ମା ବାମ୍‌ଲେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଦର୍ଶନ ସାରି ଫେରିବାବେଳକୁ ସେମାନେ ଯାଇଥିବା ଏସ୍‌ୟୁଭି ସହିତ ଏକ ଟ୍ରକ୍‌ର ଧକ୍କା ହେବାରୁ ଚାଲିଗଲା ପରିବାରର ୧୦ ଜଣଙ୍କ ଜୀବନ ଏବଂ ୪ ଜଣଙ୍କୁ ଆହତ ଅବସ୍ଥାରେ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ଜଣାଯାଇଛି।

ଏଭଳି ଘଟଣା ଘଟିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ। ନାଗପୁର-ରାୟପୁର ଜାତୀୟ ରାଜପଥରେ ଏହି ହୃଦୟଥରା ଦୁର୍ଘଟଣା ଘଟିଛି। ପୁଲିସ୍‌ ସୂଚନା ଅନୁଯାୟୀ, ଏସ୍‌ୟୁଭି ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍‌ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏପରି ଘଟିବା ପରେ ଟ୍ରକ୍‌ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ୍ ଜଣାଇଛି।

Related story