ଘାଟି ତଳକୁ ଖସିପଡ଼ିଲା ବସ୍‌: ୧୩ ମୃତ, ୯ ଆହତ

ଡେରାଡୁନ୍‌: ଉତ୍ତରାଖଣ୍ଡ ପରିବହନ ନିଗମ୍‌ର ଏକ ବସ୍‌ ଆଜି ଋଷିକେଶ-ଗଙ୍ଗୋତ୍ରୀ ରାଜପଥର ସୂର୍ଯ୍ୟଧର ନିକଟରେ ଘାଟି ତଳକୁ ଖସି ପଡ଼ିଛି। ବସ୍‌ଟି ପ୍ରାୟ ୨୫୦ ମିଟର ତଳେ ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ରେ ମୋଟ୍‌୨୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଖବର ମିଳିବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଆହତଙ୍କୁ ଏମ୍ସ ନେବାକୁ ହେଲିକପ୍ଟରର ବ୍ୟବସ୍ଥା ତୁରନ୍ତ […]

uttarakhanda

Rakesh Mallick
  • Published: Thursday, 19 July 2018
  • , Updated: 19 July 2018, 02:31 PM IST

ଡେରାଡୁନ୍‌: ଉତ୍ତରାଖଣ୍ଡ ପରିବହନ ନିଗମ୍‌ର ଏକ ବସ୍‌ ଆଜି ଋଷିକେଶ-ଗଙ୍ଗୋତ୍ରୀ ରାଜପଥର ସୂର୍ଯ୍ୟଧର ନିକଟରେ ଘାଟି ତଳକୁ ଖସି ପଡ଼ିଛି। ବସ୍‌ଟି ପ୍ରାୟ ୨୫୦ ମିଟର ତଳେ ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ରେ ମୋଟ୍‌୨୫ ଜଣ ଯାତ୍ରୀ ଥିଲେ।

ଦୁର୍ଘଟଣା ଖବର ମିଳିବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଆହତଙ୍କୁ ଏମ୍ସ ନେବାକୁ ହେଲିକପ୍ଟରର ବ୍ୟବସ୍ଥା ତୁରନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ରାୱତ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଆହତଙ୍କୁ ମାଗଣା ଚିକିତ୍ସା ସହ କ୍ଷତିପୂରଣ ବାବଦକୁ ୫୦ ହଜାର ଲେଖାଏ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।

ଗତ ୧ ତାରିଖରେ ରାଜ୍ୟରେ ଏକ ବସ୍ ଘାଟି ତଳକୁ ଖସି ପଡ଼ିବାରୁ ୪୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଓ ୧୦ ଜଣ ଆହତ ହୋଇଥିଲେ।

Related story