ୟୁପିରୁ ୧୦ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ୧୦ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୧୦ ସିଟ୍‌ ମଧ୍ୟରୁ ବିଜେପି ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି)ରୁ ଜଣେ ଲେଖାଏ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ବିଜେପିରୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ହେଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଅରୁଣ ସିଂହ, ହରିଦ୍ୱାର ଦୁବେ, ବ୍ରିଜ୍ ଲାଲ୍, ନୀରଜ, ଶେଖର, ଗୀତା ଶାକ୍ୟା, ସୀମା ଦ୍ୱିବେଦୀ ଓ ବିଏଲ୍ […]

rajyasabha

Ranjit Kumar Jena
  • Published: Monday, 02 November 2020
  • , Updated: 02 November 2020, 07:47 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ୧୦ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୧୦ ସିଟ୍‌ ମଧ୍ୟରୁ ବିଜେପି ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି)ରୁ ଜଣେ ଲେଖାଏ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି।

ବିଜେପିରୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ହେଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଅରୁଣ ସିଂହ, ହରିଦ୍ୱାର ଦୁବେ, ବ୍ରିଜ୍ ଲାଲ୍, ନୀରଜ, ଶେଖର, ଗୀତା ଶାକ୍ୟା, ସୀମା ଦ୍ୱିବେଦୀ ଓ ବିଏଲ୍ ବର୍ମା। ସେହିପରି ଏସପିରୁ ରାମ ଗୋପାଳ ଯାଦବ ଓ ବିଏସପିରୁ ରାମଜୀ ଗୌତମ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି।

ଦଶମ ସିଟ୍‌ ପାଇଁ ବିଏସପି ପ୍ରାର୍ଥୀ ରାମଜୀ ଗୌତମ ଓ ଏସସି ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପ୍ରକାଶ ବଜାଜଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପରେ ମାମଲାର ସମାଧାନ ହୋଇଥିଲା ଏବଂ ବଜାଜଙ୍କ ପ୍ରାର୍ଥୀପତ୍ର ଖାରଜ କରିଦିଆ ଯାଇଥିଲା। ଶେଷରେ ବିଏସପି ପ୍ରାର୍ଥୀ ମାତ୍ର ୧୦ ଭୋଟ୍ ପାଇ ବିଜୟୀ ହୋଇଥିଲେ।

Related story