ଟ୍ରେନ ପାଇଁ ମୁମ୍ବାଇରେ ଶ୍ରମିକଙ୍କ ଜନସମୁଦ୍ର, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣିଥରେ ଲକଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ବିକଳ ଚେହେରା ସାମ୍ନାକୁ ଆସିଛି। ମୁମ୍ବାଇରେ ଫସି ରହିଥିବା ବିହାରର ହଜାର ହଜାର ଶ୍ରମିକ ସ୍ପେଶାଲ ଶ୍ରମିକ ଟ୍ରେନ ପାଇଁ ଆଜି ବାନ୍ଦ୍ର ରେଳ ଷ୍ଟେସନରେ ଜବରଦସ୍ତ ଭିଡ଼ କରିଥିଲେ। ଶ୍ରମିକମାନେ ନିଜର ନାଁ ଟ୍ରେନ ଯାତ୍ରା ପାଇଁ ପଞ୍ଜୀକରଣ କରିବା ସହ ଯାତ୍ରା କରିବା ପାଇଁ ଏଭଳି ଭାବେ ଭିଡ଼ ଜମାଇ ଥିଲେ। ଏହି ସମୟରେ କରୋନାର ପ୍ରମୁଖ ଅସ୍ତ୍ର କୁହାଯାଉଥିବା […]

dd

dd

Hemant Lenka
  • Published: Tuesday, 19 May 2020
  • Updated: 19 May 2020, 06:13 PM IST

ମୁମ୍ବାଇ: ପୁଣିଥରେ ଲକଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ବିକଳ ଚେହେରା ସାମ୍ନାକୁ ଆସିଛି। ମୁମ୍ବାଇରେ ଫସି ରହିଥିବା ବିହାରର ହଜାର ହଜାର ଶ୍ରମିକ ସ୍ପେଶାଲ ଶ୍ରମିକ ଟ୍ରେନ ପାଇଁ ଆଜି ବାନ୍ଦ୍ର ରେଳ ଷ୍ଟେସନରେ ଜବରଦସ୍ତ ଭିଡ଼ କରିଥିଲେ।

ଶ୍ରମିକମାନେ ନିଜର ନାଁ ଟ୍ରେନ ଯାତ୍ରା ପାଇଁ ପଞ୍ଜୀକରଣ କରିବା ସହ ଯାତ୍ରା କରିବା ପାଇଁ ଏଭଳି ଭାବେ ଭିଡ଼ ଜମାଇ ଥିଲେ। ଏହି ସମୟରେ କରୋନାର ପ୍ରମୁଖ ଅସ୍ତ୍ର କୁହାଯାଉଥିବା ସାମାଜିକ ଦୂରତାକୁ ସମସ୍ତେ ଭୁଲି ଯାଇଥିଲେ।

ଘଟଣାର ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହଜାର ହଜାର ପ୍ରବାସୀ ସେମାନଙ୍କ ଜିନିଷ ପତ୍ର ଧରି ବାନ୍ଦ୍ର ଟର୍ମିନସକୁ ଦୌଡ଼ିବାରେ ଲାଗିଥିବା ଦେଖିବାକୁ ମିଳିଛି। ମୁମ୍ବାଇରୁ ବିହାରର ପୁର୍ଣ୍ଣିଆ ଯାଏ ଟ୍ରେନ ଯିବାର ଥିଲା। ଏଥିପାଇଁ ପୂର୍ବରୁ ନାଁ ପଞ୍ଜୀକରଣ ସରିଥିଲା।

ଯେଉଁମାନଙ୍କର ନାଁ ପଞ୍ଜିକୃତ ହୋଇଥିଲା, ସେମାନେ ଟର୍ମିନସରେ ପହଞ୍ଚିଥିଲେ। ହେଲେ ଆହୁରି ହଜାର ହଜାର ଶ୍ରମିକ ନାଁ ପଞ୍ଜୀକରଣ କରି ଘରକୁ ଫେରିବାକୁ ବ୍ୟାକୁଳ ମଧ୍ୟ ରହିଥିବା ଦେଖିବାକୁ ମିଳିଛି।

ସ୍ଥିତି ଏପରି ହୋଇଥିଲା ଯେ ଭିଡ଼କୁ ଘଉଡ଼ାଇବା ପାଇଁ ପୁଲିସ୍‌କୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡ଼ିଥିଲା। ପୁଲିସ୍ ଲାଠିଚାର୍ଜ କରିଥିଲେ ହେଁ ଘରକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନେ ଜୋରଜବରଦସ୍ତି ଟର୍ମିନସ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos