ପାହାଡ଼ ତଳକୁ ଖସିଲା କାର୍‌, ଚାଲିଗଲା ୧୧ ଜୀବନ

କୁଲ୍ଲୁ: ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲା ଅନ୍ତର୍ଗତ ରାନୀ ନାଲ୍ଲା ଥିବା ପାହଡ଼ ଉପରୁ ଗୋଟିଏ ଯାତ୍ରୀବାହୀ କାର୍‌ ଖସିପଡ଼ି ୧୧ ଜଣଙ୍କ ଜୀବନ ଯାଇଛି। ପାହାଡ଼ ଉପରୁ ଖସିବା ପରେ କାର୍‌ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ରିପୋର୍ଟ ଅନୁଯାୟୀ,ଏହି କାର୍‌ରେ କିଛି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଥିଲେ। ପ୍ରାଣ ହରାଇଥିବା ୧୧ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି। ଲଗାଣ ବର୍ଷା ମଧ୍ୟରେ ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ କାରଟି ତଳକୁ ଖସିପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିଲେ ହେଁ ପୁଲିସ୍‌ ଏ ସମ୍ପର୍କରେ ଆଜି ଖବର ପାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା […]

accident

Hemant Lenka
  • Published: Thursday, 23 August 2018
  • , Updated: 23 August 2018, 11:02 AM IST

କୁଲ୍ଲୁ: ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲା ଅନ୍ତର୍ଗତ ରାନୀ ନାଲ୍ଲା ଥିବା ପାହଡ଼ ଉପରୁ ଗୋଟିଏ ଯାତ୍ରୀବାହୀ କାର୍‌ ଖସିପଡ଼ି ୧୧ ଜଣଙ୍କ ଜୀବନ ଯାଇଛି। ପାହାଡ଼ ଉପରୁ ଖସିବା ପରେ କାର୍‌ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି।

ରିପୋର୍ଟ ଅନୁଯାୟୀ,ଏହି କାର୍‌ରେ କିଛି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଥିଲେ। ପ୍ରାଣ ହରାଇଥିବା ୧୧ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି। ଲଗାଣ ବର୍ଷା ମଧ୍ୟରେ ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ କାରଟି

ତଳକୁ ଖସିପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିଲେ ହେଁ ପୁଲିସ୍‌ ଏ ସମ୍ପର୍କରେ ଆଜି ଖବର ପାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Related story