ଗାଧୋଉ ଥିବା ବେଳେ ଭାସିଗଲେ ୧୧, ଉଦ୍ଧାର ହେଲେ ୪୫

ଶିବାପୁରୀ: ମଧ୍ୟପ୍ରଦେଶର ଶିବାପୁରୀ ଜିଲ୍ଲା ସୁଲତାନଗଡ଼ ଜଳ ପ୍ରପାତରେ ଭାସି ୧୧ ଜଣ ନିଖୋଜ ହୋଇଯାଇଛନ୍ତି।  ତେବେ ଅନ୍ୟ ୪୫ ଜଣଙ୍କୁ ବେଶ୍‌ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଛି। ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ବାହାରୁ ଆସିଥିବା ଏକ ପର୍ଯ୍ୟଟକ ଦଳ ଜଳ ପ୍ରପାତରେ ଗାଧୋଉଥିବା ବେଳେ ନିକଟସ୍ଥ ଡ୍ୟାମ୍‌ରୁ ହଠାତ୍‌ ବନ୍ୟା ଜଳ ଛଡ଼ାଯାଇଥିଲା।  ଫଳରେ ଜଳସ୍ତର ବୃଦ୍ଧି ପାଇବାରୁ ଏଠାରେ ଗାଧୋଉଥିବା ଲୋକମାନେ ଭାସି ଯାଇଥିଲେ। ସ୍ଥାନୀୟ […]

012903f72db94347346968f7768dc123

Ordigital Desk
  • Published: Thursday, 16 August 2018
  • , Updated: 16 August 2018, 03:28 PM IST

ଶିବାପୁରୀ: ମଧ୍ୟପ୍ରଦେଶର ଶିବାପୁରୀ ଜିଲ୍ଲା ସୁଲତାନଗଡ଼ ଜଳ ପ୍ରପାତରେ ଭାସି ୧୧ ଜଣ ନିଖୋଜ ହୋଇଯାଇଛନ୍ତି।  ତେବେ ଅନ୍ୟ ୪୫ ଜଣଙ୍କୁ ବେଶ୍‌ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଛି।

ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି।

ବାହାରୁ ଆସିଥିବା ଏକ ପର୍ଯ୍ୟଟକ ଦଳ ଜଳ ପ୍ରପାତରେ ଗାଧୋଉଥିବା ବେଳେ ନିକଟସ୍ଥ ଡ୍ୟାମ୍‌ରୁ ହଠାତ୍‌ ବନ୍ୟା ଜଳ ଛଡ଼ାଯାଇଥିଲା।  ଫଳରେ ଜଳସ୍ତର ବୃଦ୍ଧି ପାଇବାରୁ ଏଠାରେ ଗାଧୋଉଥିବା ଲୋକମାନେ ଭାସି ଯାଇଥିଲେ।

ସ୍ଥାନୀୟ ଏସ୍‌ପି କହିଛନ୍ତି, “ ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ୫ ଜଣ ଓ ପରେ ଅନ୍ୟ ୪୦ ଜଣଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା।

ଦଉଡ଼ି ଯୋଗେ ଲୋକଙ୍କୁ ଗଭୀର ଜଳରୁ ସ୍ଥଳଭାଗକୁ ଅଣାଯିବା ପରେ ହେଲିକପ୍ଟର ଯୋଗେ ସେମାନଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା।  ଚିକିତ୍ସାଧୀନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।”

Related story