ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ନେଇ ଏନ୍ଜିଟି ଓ ଦିଲ୍ଲୀ ହାଇକୋର୍ଟ ଚିନ୍ତା ପ୍ରକଟ କରିସାରିଛନ୍ତି। ପ୍ରଦୂଷଣ କମ୍ କରିବା ପାଇଁ ଦିଲ୍ଲୀ ସରକାର ପୁଣି ଥରେ ‘ଅଡ୍ ଇଭେନ୍’ ନିୟମ ଲାଗୁ କରିଛନ୍ତି। ପ୍ରଦୂଷଣକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ୧୨ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏହି ପ୍ରଦୂଷଣକୁ ନେଇ ଦିଲ୍ଲୀର ଶ୍ରୀରାମ ସ୍କୁଲରେ ପଢ଼ୁଥିବା ୧୧ ବର୍ଷର ଝିଅ ବିଦ୍ୱା ଚିନ୍ତାରେ ପଡ଼ିଯାଇଛି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି, “ଦିଲ୍ଲୀରେ ପ୍ରଦୂଷଣ ପାଇଁ ମୋର ସ୍କୁଲ ଟୁର ଓ ସ୍ପୋର୍ଟସ ଡେ’ ବନ୍ଦ ନ ହେଇ ଯାଉ। ପ୍ରଦୂଷଣ ଯୋଗୁଁ ମୁଁ ବାହାରକୁ ଖେଳିବାକୁ ଯାଇପାରୁନାହିଁ। ମୁଁ ମୋର ପିଲା ଦିନ ଠିକ୍ରେ ଉପଭୋଗ କରିପାରୁ ନାହିଁ।”
ଘରେ ବସିବା ଓ ଅନଲାଇନରେ କାମ କରିବା ଅପେକ୍ଷା ସ୍କୁଲ ଯାଇ ପାଠ ପଢ଼ିବା ଭଲ ବୋଲି ବିଦ୍ୱା ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।
ସେ ଆହୁରି ଲେଖିଛନ୍ତି,“ଆମେ ମାସ୍କ କିଣି ପାରିବା। କିନ୍ତୁ ଯେଉଁମାନେ ରାସ୍ତାକଡ଼ରେ ରହୁଛନ୍ତି, ସେମାନଙ୍କର କ’ଣ ହେବ? କାହିଁକିନା ସେମାନଙ୍କ ପାଖରେ ଏପରି କୌଣସି ସୁବିଧା ନାହିଁ।”
ଆହୁରି ମଧ୍ୟ ପଢନ୍ତୁ: ବିନା ଡ୍ରାଇଭରରେ ୧୩ କିମି ଗଡ଼ିଲା ରେଳ ଇଞ୍ଜିନ: ବାଇକ୍ରେ ପିଛା କରି କାବୁ କଲେ ପାଇଲଟ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।