ଭ୍ୟାନ୍‌କୁ ପିଟିଲା କାର୍‌: ଗୋଟିଏ ପରିବାରର ୫ ଜଣଙ୍କ ସମେତ ୧୨ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜୈନ୍‌ ଜିଲ୍ଲାରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାରୁତି ଭ୍ୟାନ୍‌କୁ କାର୍‌ଟିଏ ପିଟି ଦେବାରୁ ୩ ଶିଶୁଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଭ୍ୟାନ୍‌ରେ ବସିଥିଲେ। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି। ଭ୍ୟାନ୍‌ରେ ଥିବା ଲୋକେ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା କାର୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। କାର୍‌ଟି ଏତେ […]

van

Jitendra Garnayak
  • Published: Tuesday, 29 January 2019
  • , Updated: 29 January 2019, 11:43 AM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜୈନ୍‌ ଜିଲ୍ଲାରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାରୁତି ଭ୍ୟାନ୍‌କୁ କାର୍‌ଟିଏ ପିଟି ଦେବାରୁ ୩ ଶିଶୁଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଭ୍ୟାନ୍‌ରେ ବସିଥିଲେ। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି।

ଭ୍ୟାନ୍‌ରେ ଥିବା ଲୋକେ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା କାର୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। କାର୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଭ୍ୟାନ୍‌ଟି ୫୦ ଫୁଟ୍‌ ଦୂରକୁ ଘୋଷାଡ଼ି ହୋଇ ପଳାଇ ଯାଇଥିଲା। ତେବେ କାର୍‌ରେ ବସିଥିବା ଲୋକଙ୍କର କିଛି ହୋଇନାହିଁ। କାର୍‌ରେ ଲାଗିଥିବା ଏୟାର ବ୍ୟାଗ୍ ଖୋଲି ଯିବାରୁ ସେମାନେ ରକ୍ଷା ପାଇଯାଇଥିଲେ।

ଯେଉଁ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି ସେମାନେ ହେଲେ ଅର୍ଜୁନ୍‌ କାୟତ, ତାଙ୍କ ପତ୍ନୀ ରାଜୁବାଇ, ପୁଅ ଶୁଭମ୍ ଓ ଦୁଇ ଝିଅ ରବିନା ଏବଂ ବୁଲ୍‌ବୁଲ୍‌।

ଏମାନେ ନାଗାଦା ସ୍ଥିତ ବିରଲାଗ୍ରାମ୍‌ର ସୁଭାଷ କାୟତଙ୍କ ବାହାଘର ଉତ୍ସବରେ ଯୋଗ ଦେଇ ଫେରୁଥିଲେ।

ଏହି ଦୁର୍ଘଟଣା ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି,“ରାସ୍ତାର ଏକ ବୁଲାଣିରେ ଉଜୈନ ଆଡୁ ଦ୍ରୁତଗତିରେ ଆସୁଥିବା କାର୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଭ୍ୟାନ୍‌ଟି ୫୦ ଫୁଟ୍ ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଯାଇଥିଲା।”

Related story