ପୂରା ଉତ୍ତର କୋରିଆକୁ ଧ୍ୱଂସ କରିବା କ୍ଷମତା ଆମେରିକାର ଅଛି, ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଉପରେ ପରମାଣୁ ବୋମା ପଡ଼ିଲେ ମରିବେ ୧୨ ଲକ୍ଷ

ନୂଆଦିଲ୍ଲୀ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ଉଭୟ ଦେଶ ପରସ୍ପରକୁ ଧ୍ୱଂସ କରିବାକୁ ଧମକ ଦେବାରେ ଲାଗିଛନ୍ତି। ଯଦି ଆମେରିକା ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଉପରେ ପରମାଣୁ ବୋମା ପକାଏ ପରିସ୍ଥିତ କ’ଣ ହେବ ସେ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଯଦି ଆମେରିକା B-83 ପରମାଣୁ  ବୋମା ପ୍ୟୋଙ୍ଗୟାଙ୍ଗ ଉପରେ ପକାଏ ତା’ହେଲେ ପ୍ରାୟ ୧୨ ଲକ୍ଷ ଲୋକଙ୍କ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 09:10 AM IST

ନୂଆଦିଲ୍ଲୀ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ଉଭୟ ଦେଶ ପରସ୍ପରକୁ ଧ୍ୱଂସ କରିବାକୁ ଧମକ ଦେବାରେ ଲାଗିଛନ୍ତି। ଯଦି ଆମେରିକା ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଉପରେ ପରମାଣୁ ବୋମା ପକାଏ ପରିସ୍ଥିତ କ’ଣ ହେବ ସେ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଯଦି ଆମେରିକା B-83 ପରମାଣୁ  ବୋମା ପ୍ୟୋଙ୍ଗୟାଙ୍ଗ ଉପରେ ପକାଏ ତା’ହେଲେ ପ୍ରାୟ ୧୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ। ଏହି ସହରରେ ପ୍ରାୟ ୨୬ ଲକ୍ଷ ଲୋକ ବସବାସ କରନ୍ତି। ପ୍ରାୟ ଅଧା ସହର ନଷ୍ଟ ହୋଇଯିବ। ଯେଉଁମାନେ ବଞ୍ଚିବେ ସେମାନେ ଅକର୍ମଣ୍ୟ ହୋଇଯିବେ।

B-83 ପରମାଣୁ ବୋମା ପଡ଼ିଲେ ୨ କଲୋମିଟର ବ୍ୟାସାର୍ଦ୍ଧରେ  ନିଆଁର ପିଣ୍ଡୁଳା ସୃଷ୍ଟି ହେବ ଓ ଏହା ମଧ୍ୟରେ ଯିଏ ପଡ଼ିବ ସେ ଭସ୍ମ ହୋଇଯିବ। ଆମେରିକା ପାଖରେ ଥିବା ଗୋଳାବାରୁଦ ମଧ୍ୟରୁ B-83 ସବୁଠାରୁ ଶକ୍ତିଶାଳୀ ବୋମା।

କେବଳ ସେତିକି ନୁହେଁ  ଆମେରିକା ଚାହିଁଲେ ପୂରା ଉତ୍ତର କୋରିଆକୁ ସହଜରେ ନଷ୍ଟ କରିଦେବ। ଆମେରିକା ପାଖରେ ୧୧ ହଜାର ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ର ରହିଛି।

B-83 ପରମାଣୁ ବୋମା ପଡ଼ିଲେ ୧୧ଲକ୍ଷରୁ ଅଧିକ ଲୋକ ଆହତ ହେବେ। କିଛି ବିଶେଷଜ୍ଞଙ୍କ ମତରେ ଦୁଇ ଦେଶ ମଧ୍ୟରେ  ଯୁଦ୍ଧ ବ୍ୟତୀତ ଅନେକ ବିକଳ୍ପ ପଥ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos