ଜମ୍ମୁ-କାଶ୍ମୀର: ସେନା ତାଲିମ କ୍ୟାମ୍ପରେ ବିସ୍ଫୋରଣ,୧୪ ଯବାନ ଗୁରୁତର

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଥିବା ସେନା ତାଲିମ କ୍ୟାମ୍ପରେ ବିସ୍ଫୋରଣ ଯୋଗୁଁ ୧୪ ଜଣ ଯବାନ ଗୁରୁତର ହୋଇଥିବାବେଳେ ସେମାନଙ୍କର ମଧ୍ୟରୁ ୩ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ବିସ୍ଫୋରଣ ପୁଲୱାମା ଜିଲ୍ଲାର ଅୱାନ୍ତିପୁରାରେ ଥିବା କୋର ବ୍ୟାଟେଲ ସ୍କୁଲ(ସିବିଏସ)ରେ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ସେନାପକ୍ଷରୁ କ୍ୟାମ୍ପରେ ସମସ୍ତ ଗୁରୁତର ହୋଇଥିବା ଯବାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ୩ ଜଣ ସଙ୍କଟାପନ୍ନଙ୍କୁ ଶ୍ରୀନଗରସ୍ଥିତ ବାଦାମବାଗ କଣ୍ଟୋନମେଣ୍ଟରେ ଥିବା ୯୨ ବେସ୍ ହସ୍ପିଟାଲକୁ […]

12 Soldiers Injured in Explosion at Army Camp in Jammu and Kashmir

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 09:09 AM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଥିବା ସେନା ତାଲିମ କ୍ୟାମ୍ପରେ ବିସ୍ଫୋରଣ ଯୋଗୁଁ ୧୪ ଜଣ ଯବାନ ଗୁରୁତର ହୋଇଥିବାବେଳେ ସେମାନଙ୍କର ମଧ୍ୟରୁ ୩ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।

ଏହି ବିସ୍ଫୋରଣ ପୁଲୱାମା ଜିଲ୍ଲାର ଅୱାନ୍ତିପୁରାରେ ଥିବା କୋର ବ୍ୟାଟେଲ ସ୍କୁଲ(ସିବିଏସ)ରେ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ସେନାପକ୍ଷରୁ କ୍ୟାମ୍ପରେ ସମସ୍ତ ଗୁରୁତର ହୋଇଥିବା ଯବାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ୩ ଜଣ ସଙ୍କଟାପନ୍ନଙ୍କୁ ଶ୍ରୀନଗରସ୍ଥିତ ବାଦାମବାଗ କଣ୍ଟୋନମେଣ୍ଟରେ ଥିବା ୯୨ ବେସ୍ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ସଠିକ କାରଣ ଜଣାପଡିନାହିଁ।ତେବେ ଏହି ବିସ୍ଫୋରଣର ତଦନ୍ତ ଜାରି ରହିଛି ବୋଲି କ୍ୟାମ୍ପର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Related story