କାଗଜରେ ଟ୍ରେନ୍ ତିଆରି କରି ହୃଦୟ ଜିତିଲା ୧୨ ବର୍ଷର ବାଳକ
ନୂଆଦିଲ୍ଲୀ: ଖବର କାଗଜ ଏବଂ କିଛି ଏ-୪ ସାଇଜ ପେପର ସାହାଯ୍ୟରେ ଜଣେ ୧୨ ବର୍ଷର ବାଳକ କାଗଜରେ ଟ୍ରେନ ତିଆରି କରିଛି। ସୋଶାଲ ମିଡିଆରେ ଏହି ବାଳକକୁ ପ୍ରଶଂସାର ସୁଅ ଛୁଟିଛି। ଯାହାକୁ ରେଳ ମନ୍ତ୍ରଳାୟ ମଧ୍ୟ ଟୁଇଟ୍ କରି ପ୍ରଶଂସା କରିଛି। ମାତ୍ର ତିନି ଦିନରେ କେରଳର ଏହି ବାଳକ କାଗଜରେ ଟ୍ରେନ୍ ତିଆରି କରିଥିବା ସୂଚନା ରହିଛି।
Master Adwaith Krishna, a 12 year old rail enthusiast from Thrissur, Kerala has unleashed his creative streak and has made a captivating train model using newspapers.
His near perfection train replica took him just 3 days. pic.twitter.com/H99TeMIOCs
— Ministry of Railways (@RailMinIndia) June 25, 2020
ଏହି ୧୨ ବର୍ଷର ପିଲାର ନାମ ଆଡଓ୍ୱିଥ୍ କ୍ରିଷ୍ଣା। ଘର କେରଳର ଥ୍ରୀସୁର। ମୋଟ୍ ୩୩ଟି ପୁରୁଣା ଖବର କାଗଜ ଏବଂ ୧୦ଟି ଏ-୪ ସାଇଜ ପେପରକୁ ବ୍ୟବହାର କରି ତିନି ଦିନରେ ଟ୍ରେନର ନକଲ ତିଆରି କରିଛି ଏହି ବାଳକ। କ୍ରିଷ୍ନା ଟ୍ରେନ ତିଆରି କରୁଥିବାର ଭିଡିଓ ମଧ୍ୟ ରେଳ ମନ୍ତ୍ରଳାୟ କରିଥିବା ଟୁଇଟ କରି ସେୟାର କରିଛି। ସୋଶାଲ ମିଡିଆରେ କ୍ରିଷ୍ଣାର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି।
କ୍ରିଷ୍ନା ଏବେ ଚେରପୁ ସ୍ଥିତ ସିଏନଏନ ବଏଜ ହାଇ ସ୍କୁଲରେ ପାଠ ପଢ଼ୁଛି। ତାଙ୍କ ବାପା ଜଣେ ଶିଳ୍ପୀ କାରିଗର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।