ଭୋପାଲ: ମୋବାଇଲ ଫୋନ୍ରେ ଏବେ ଖୁବ୍ ଲୋକପ୍ରିୟ ହୋଇଥିବା PubG ବା ପବ୍ଜୀ ଗେମ୍ ଯେ ଜୀବନ ନେଇପାରେ, ତା'ର ପ୍ରମାଣ ମିଳିଛି । ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି, ଯାହା ଏଭଳି ଗେମ୍ର ଭୟାବହତା ସାମ୍ନାକୁ ଆଣିଛି। ପବ୍ଜୀ ଖେଳୁଥିବା ସମୟରେ ହିଁ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିବା ଭଳି ଦୁଃଖଦ ଖବର ପହଞ୍ଚିଛି।
ଫରହାନ୍ ନାମକ ଏହି ଛାତ୍ର ପବ୍ଜୀ ଖେଳିବାରେ ସବୁବେଳେ ମଜ୍ଜି ରହୁଥିଲେ। ଆଉ ଏହି ଗେମ୍ର ପ୍ରେମରେ ସେ ଏମିତି ଉବୁଟୁବୁ ହୋଇଯାଉ ଥିଲେ ଯେ ସେ କାହାରି କଥା ମାନିବାକୁ ପ୍ରସ୍ତୁତ ନଥିଲେ ଏବଂ ମୋବାଇଲ ଫୋନ ବାହାରେ ଯେ ଏକ ଦୁନିଆ ରହିଛି, ସେକଥା ଭୁଲି ଯାଇଥିଲେ।
ଘଟଣା ଦିନ ଫରହାନ୍ ମୋବାଇଲ ଫୋନ ହାତରେ ଧରି ହଠାତ୍ ଚିଲ୍ଲେଇବାକୁ ଆରମ୍ଭ କରିଥିଲେ। ସେ ଚିତ୍କାର କରି କହୁଥିଲେ, 'ମାରିଦିଅ, ଫୁଟେଇଦିଅ, ବିସ୍ଫୋରଣ କରିଦିଅ'। ତାଙ୍କ ଭଉଣୀ ତାଙ୍କୁ ତାଗିଦ କରିଥିଲେ ମଧ୍ୟ ସେ ଶୁଣି ନଥିଲେ। ଏହାପରେ ହଠାତ ତାଙ୍କର ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ି ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।