ବିହାରରେ ଟ୍ରେନ୍‌ ଦୁର୍ଘଟଣା: ୧୩ଟି ବଗି ଲାଇନଚ୍ୟୁତ, ୪ ଆହତ

ପାଟଣା: ବିହାରର ସରଣ ଜିଲ୍ଲା ଛପରାରର ଗୌତମସ୍ଥାନ ନିକଟରେ ଆଜି ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୯୦୪୬ ଛପରା-ସୁରତ ତପ୍ତିଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ମାତ୍ର ୪ଜଣ ଆହତ ହୋଇଛନ୍ତି। ସକାଳ ୯ଟା ୪୫ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ରେଳ ଧାରଣା କଟା ହୋଇଥିବାରୁ ଟ୍ରେନର ବଗି ଲାଇନଚ୍ଯୁତ ହୋଇଛି। ତେବେ ଟ୍ରେନ ଲାଇନ କିଭଳି କଟିଲା ସେ ନେଇ ସ୍ପଷ୍ଟ ସୂଚନା ମିଳି […]

TRAIN ACCIDENT

Subhransu Sekhar
  • Published: Sunday, 31 March 2019
  • , Updated: 31 March 2019, 03:44 PM IST

ପାଟଣା: ବିହାରର ସରଣ ଜିଲ୍ଲା ଛପରାରର ଗୌତମସ୍ଥାନ ନିକଟରେ ଆଜି ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୯୦୪୬ ଛପରା-ସୁରତ ତପ୍ତିଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ମାତ୍ର ୪ଜଣ ଆହତ ହୋଇଛନ୍ତି। ସକାଳ ୯ଟା ୪୫ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

ରେଳ ଧାରଣା କଟା ହୋଇଥିବାରୁ ଟ୍ରେନର ବଗି ଲାଇନଚ୍ଯୁତ ହୋଇଛି। ତେବେ ଟ୍ରେନ ଲାଇନ କିଭଳି କଟିଲା ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ବଗି ଲାଇନଚ୍ଯୁତ ହେବା ପରେ ରେଳ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଗତମାସ ୯ଟି ରେଳ କୋଚ ବିହାର ସହଦାଇ ବୁଜୁର୍ଗ ନିକଟରେ ଲାଇନଚ୍ଯୁତ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ଯୁ ହୋଇଥିଲା।

Related story