କରୋନା ଆତଙ୍କ, ୧୩ ଇଟାଲୀୟଙ୍କୁ ଅଲଗା କରି ରଖାଗଲା

ଅମୃତସର: ୧୩ ଇଟାଲୀୟଙ୍କୁ ପଞ୍ଜାବ ଅମୃତସରର ଏକ ହୋଟେଲରେ ଅଲଗା କରି ରଖାଯାଇଛି। ଏମାନଙ୍କ ମଧ୍ୟରେ କେହି ବି କରୋନା ସନ୍ଦିଗ୍ଧ ହୋଇ ନ ଥିବାବେଳେ ସମସ୍ତେ ସୁସ୍ଥ ଥିବା ଅମୃତସରର ଏସଡିଏମ ବିକାଶ ହୀରା ସୂଚନା ଦେଇଛନ୍ତି। କେବଳ ସତର୍କତା ଦୃଷ୍ଟିରୁ ଏମାନଙ୍କୁ ଅଲଗା କରି ରଖାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଚୀନ, ଜାପାନ ପରେ ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ନିକଟରେ ଭାରତରେ କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ରୋଗୀ ଇଟାଲୀର ନାଗରିକ। […]

corona viruse amritsar

Subhransu Sekhar
  • Published: Friday, 06 March 2020
  • , Updated: 06 March 2020, 03:58 PM IST

ଅମୃତସର: ୧୩ ଇଟାଲୀୟଙ୍କୁ ପଞ୍ଜାବ ଅମୃତସରର ଏକ ହୋଟେଲରେ ଅଲଗା କରି ରଖାଯାଇଛି। ଏମାନଙ୍କ ମଧ୍ୟରେ କେହି ବି କରୋନା ସନ୍ଦିଗ୍ଧ ହୋଇ ନ ଥିବାବେଳେ ସମସ୍ତେ ସୁସ୍ଥ ଥିବା ଅମୃତସରର ଏସଡିଏମ ବିକାଶ ହୀରା ସୂଚନା ଦେଇଛନ୍ତି। କେବଳ ସତର୍କତା ଦୃଷ୍ଟିରୁ ଏମାନଙ୍କୁ ଅଲଗା କରି ରଖାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଚୀନ, ଜାପାନ ପରେ ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ନିକଟରେ ଭାରତରେ କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ରୋଗୀ ଇଟାଲୀର ନାଗରିକ। ତେଣୁ ଏହି ଇଟାଲୀ ପର୍ଯ୍ୟଟକଙ୍କ ନିକଟରେ କରୋନା ଦେଖିବାକୁ ମିଳିନଥିଲେ ମଧ୍ୟ ତାଙ୍କୁ ଅଲଗା କରି ରଖାଯାଇଛି।

ଅନ୍ୟପଟେ ଦିଲ୍ଲୀର ଆଉ ଜଣେ ବ୍ୟକ୍ତିଙ୍କଠାରେ ମଧ୍ୟ କରୋନା ଭାଇରସ ଚିହ୍ନଟ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଆକ୍ରାନ୍ତ ଜଣକ ଆୟର୍ଲାଣ୍ଡ ଏବଂ ମାଲେସିଆରୁ ଫେରିଛନ୍ତି। ଅନ୍ୟପଟେ ଜମ୍ମୁ-କଶ୍ମୀରର ସୁନ୍ଦରବନୀଠାରେ ଆଉ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ୧୪ ଦିନ ଯାଏ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

Related story