ଅଖ୍ୟାତ ଗାଁର ବିଖ୍ୟାତ କାହାଣୀ: ୧୪ ଆଇଆଇଟିଆନ୍, ୮୦୦ ଇଂଜିନିୟର

Ordigital Desk
  • Published: Tuesday, 13 June 2017
  • , Updated: 13 June 2017, 08:56 PM IST
<p>ଉତ୍ତରପ୍ରଦେଶର ଆଇଏଏସ୍ ଗାଁ ପରେ ଏବେ ସାମ୍ନାକୁ ଆସିଛି ବିହାରର ଆଇଆଇଟିଆନଙ୍କ ଗାଁ। ଜେଇଇ ଫଳାଫଳ ପ୍ରକାଶ ପାଇବା ପରେ, ଚର୍ଚ୍ଚା ପରିସରକୁ ଆସିଛି ବିହାରର ପଟୱାଟୋଲି ଗାଁ। ଏହି ଗାଁରୁ ଏକାଥରକେ ୧୪ ଜଣ ଛାତ୍ରଛାତ୍ରୀ ସମ୍ମାନଜନକ ଆଇଆଇଟି ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ଏ ଗାଁରୁ ଏକାଥରେ ଏତେ ପିଲା ଆଇଆଇଟି ପାଇବା କିଛି ନୂଆକଥା ନୁହେଁ। କାରଣ ଏଠାରୁ ପ୍ରତିବର୍ଷ କିଛି ନା କିଛି ପିଲା ଆଇଆଇଟି ପାଇଥାନ୍ତି। ଏପରିକି ଏହି ଗାଁର ପ୍ରାୟ ୩୦୦ ପିଲା ଇଞ୍ଜିନିୟରିଂ ପାଠ ଶେଷ କରି ବିଭିନ୍ନ ଉଚ୍ଚ ପଦପଦବୀରେ ଚାକିରି କରିଛନ୍ତି। ୧୦ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁରେ ଯଦି ଆପଣ ଖୋଜିବସିବେ, ତେବେ ପ୍ରତି ପରିବାରରୁ କେହି ନା କେହି ଜଣେ ଇଞ୍ଜିନିୟର ବାହାରିବା ସୁନିଶ୍ଚିତ।</p> <p>[vc_video link=&quot;&quot; align=&quot;center&quot;]</p> <p>ପଟୱାଟୋଲି ଗାଁର ଲୋକେ ସାଧାରଣତଃ ଲୁଗା ବୁଣାବୁଣି କରି ଜୀବନଯାପନ କରିଥାନ୍ତି। ହେଲେ ଏହି ପାରମ୍ପରିକ ବୃତ୍ତିକୁ ଆଦରି ପାରି ନଥିଲେ ଗାଁର ଜିତେନ୍ଦ୍ର କୁମାର। ଆଖିରେ ଥିଲା ଅସୁମାରୀ ସ୍ୱପ୍ନ। ୧୯୯୨ରେ ସେ ନିଜ ସ୍ୱପ୍ନ ସାକାର କରିଥିଲେ। ଗାଁର ପ୍ରଥମ ଯୁବକ ଭାବେ ସେ ଆଇଆଇଟିରେ ଆଡମିଶନ କରିବାଲେ ସଫଳ ହୋଇଥିଲେ। ବାସ୍, ସେଇଠୁ ବଦଳି ଯାଇଥିଲା ପଟୱାଟୋଲି ଗାଁର ଭାଗ୍ୟ। ତା ପରେ ପଟୱାଟୋଲି ଭଳି ପଙ୍କ ପୋଖରୀରୁ ଫୁଟି ଚାଲିଥିଲା ଗୋଟିଏ ପରେ ଗୋଟିଏ ପଦ୍ମ। ୧୯୯୨ ପରଠାରୁ ଏହି ଗାଁରୁ ପ୍ରତିବର୍ଷ କେହି ନା କେହି ଆଇଆଇଟିରେ ପଢିବାର ସୁଯୋଗ ପାଉଛନ୍ତି। କେବଳ ଆଇଆଇଟି ନୁହେଁ, ଦେଶର ଅନେକ ଜଣାଶୁଣା ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ନେଇଛନ୍ତି ଏହି ଗାଁର ଯୁବକ ଯୁବତୀ। ଏବେ ଗାଁର ପାଖାପାଖି ୮୦୦ ପିଲା ଇଞ୍ଜିନିୟରିଂ ପଢୁଛନ୍ତି ବିଭିନ୍ନ କଲେଜ୍ରେ। ତେଣୁ ଏହି ଗାଁକୁ ଏବେ ଇଞ୍ଜିନିୟର ମାନଙ୍କର ଗାଁ ବୋଲି କୁହାଯାଉଛି। ତା ସହିତ ଏବେ ଯୋଡ଼ି ହୋଇଛି ଆଇଆଇଟି ପାଠ।</p>

Related story