୧୫ ଦିନ ପୂର୍ବରୁ ଲୋକେ ଦୀପାବଳି ପାଳିଛନ୍ତି: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜିଏସଟି ସଂଶୋଧନ ଯୋଗୁଁ ୧୫ ଦିନ ପୂର୍ବରୁ ଲୋକେ ଦୀପାବଳି ପାଳିଛନ୍ତି। ଗୁଜରାଟ ଦ୍ୱାରକାରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ଜିଏସ୍‌ଟି ଲାଗୁର ତିନି ମାସ ମଧ୍ୟରେ କେନ୍ଦ୍ର ସରକାର ସବୁ ଦିଗରୁ ବିଶ୍ଳେଷଣ କରିଛନ୍ତି। ଗରିବୀ ହଟାଇବା ସହ ଦେଶର ସାଧାରଣ ଲୋକଙ୍କ ସ୍ୱପ୍ନ ପୂରଣ କରିବାକୁ ତାଙ୍କ ସରକାର ସବୁବେଳେ ଚେଷ୍ଟିତ ବୋଲି କହିଛନ୍ତି ମୋଦି। ଯେଉଁ ଯେଉଁ କ୍ଷେତ୍ରରେ ସୁଧାର […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 08:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜିଏସଟି ସଂଶୋଧନ ଯୋଗୁଁ ୧୫ ଦିନ ପୂର୍ବରୁ ଲୋକେ ଦୀପାବଳି ପାଳିଛନ୍ତି। ଗୁଜରାଟ ଦ୍ୱାରକାରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ଜିଏସ୍‌ଟି ଲାଗୁର ତିନି ମାସ ମଧ୍ୟରେ କେନ୍ଦ୍ର ସରକାର ସବୁ ଦିଗରୁ ବିଶ୍ଳେଷଣ କରିଛନ୍ତି। ଗରିବୀ ହଟାଇବା ସହ ଦେଶର ସାଧାରଣ ଲୋକଙ୍କ ସ୍ୱପ୍ନ ପୂରଣ କରିବାକୁ ତାଙ୍କ ସରକାର ସବୁବେଳେ ଚେଷ୍ଟିତ ବୋଲି କହିଛନ୍ତି ମୋଦି। ଯେଉଁ ଯେଉଁ କ୍ଷେତ୍ରରେ ସୁଧାର ଆସିବା ଆବଶ୍ୟକ ସେନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୋଦି। ଦେଶର ବିକାଶ ଦିଗରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାର ଲଗାତର ଜିଏସଟିକୁ ସରଳରୁ ସରଳତମ କରିବାକୁ ଚେଷ୍ଟା ଚଳାଇଛନ୍ତି। ଜିଏସଟି ପାଇଁ ଦେଶବାସୀଙ୍କ ସମର୍ଥନକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos