ଆନ୍ଧ୍ରପ୍ରଦେଶରେ ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା, ୧୫ ମୃତ

ଅମରାବତୀ: ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଆନ୍ଧ୍ରପ୍ରଦେଶ କୁରନୋଲ ଜିଲ୍ଲାର ଭେଲଦୁର୍ଥୀରେ ଗତକାଲି ଏହି ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନକୁ ଧକ୍କା ଦେବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ରହିଛି। ତେଲେଙ୍ଗାନା ପୁଲିସର ସୂଚନା ଅନୁଯାୟୀ ଏକ ଦୁଇ ଚକିଆ ଗାଡ଼ିକୁ ସୁରକ୍ଷିତ ରଖିବାକୁ ଯାଇ ଯାତ୍ରୀବାହୀ ବସଟି ଭ୍ୟାନ ଉପରକୁ ମାଡ଼ି ଯାଇଥିଲା। ମୃତକଙ୍କ ଘର […]

BUS VAN ACCIDENT ANDHRA PRADESH

Subhransu Sekhar
  • Published: Sunday, 12 May 2019
  • , Updated: 12 May 2019, 08:34 AM IST

ଅମରାବତୀ: ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଆନ୍ଧ୍ରପ୍ରଦେଶ କୁରନୋଲ ଜିଲ୍ଲାର ଭେଲଦୁର୍ଥୀରେ ଗତକାଲି ଏହି ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନକୁ ଧକ୍କା ଦେବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ରହିଛି।

ତେଲେଙ୍ଗାନା ପୁଲିସର ସୂଚନା ଅନୁଯାୟୀ ଏକ ଦୁଇ ଚକିଆ ଗାଡ଼ିକୁ ସୁରକ୍ଷିତ ରଖିବାକୁ ଯାଇ ଯାତ୍ରୀବାହୀ ବସଟି ଭ୍ୟାନ ଉପରକୁ ମାଡ଼ି ଯାଇଥିଲା। ମୃତକଙ୍କ ଘର ତେଲେଙ୍ଗାନାର ଜୋଗୁଲମ୍ବା ଗଡଓ୍ଲଲ ଜିଲ୍ଲା ବୋଲି ଜଣାପଡ଼ିଛି। ଏକ ବିବାହ ନିର୍ବନ୍ଧ ସାରି ଘରକୁ କାରରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ତେବେ ମୃତକ ସମସ୍ତେ କାରରେ ଥିବା ଯାତ୍ରୀ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଓ୍ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ଼ୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related story