ରାଗିଂ: ଲଣ୍ଡା ହୋଇ ବୁଲିଲେ ୧୫୦ ଜଣ ପ୍ରଥମବର୍ଷ ଛାତ୍ର, ଦେଖନ୍ତୁ ଭିଡିଓ

ସୈଫାଇ: ଉତ୍ତର ପ୍ରଦେଶର ସୈଫାଇରେ ଥିବା ଉତ୍ତର ପ୍ରଦେଶ ୟୁନିର୍ଭସିଟି ଅଫ ମେଡିକାଲ ସାଇନ୍ସରେ ରାଗିଂର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଥିବା ସିନିୟର ଛାତ୍ରଙ୍କ ନିର୍ଦ୍ଦେଶକ୍ରମେ ୧୫୦ରୁ ଅଧିକ ପ୍ରଥମ ଶ୍ରେଣୀର ଛାତ୍ରମାନେ ଲଣ୍ଡା ହୋଇ କଲେଜ ପରିକ୍ରମା କରିଛନ୍ତି। ଖାଲି ସେତିକି ନୁହେଁ, ସିନିୟର ଛାତ୍ରଙ୍କୁ ସାଲ୍ୟୁଟ ମଧ୍ୟ ମାରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳର […]

ed

Hemant Lenka
  • Published: Wednesday, 21 August 2019
  • , Updated: 21 August 2019, 04:50 PM IST

ସୈଫାଇ: ଉତ୍ତର ପ୍ରଦେଶର ସୈଫାଇରେ ଥିବା ଉତ୍ତର ପ୍ରଦେଶ ୟୁନିର୍ଭସିଟି ଅଫ ମେଡିକାଲ ସାଇନ୍ସରେ ରାଗିଂର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଥିବା ସିନିୟର ଛାତ୍ରଙ୍କ ନିର୍ଦ୍ଦେଶକ୍ରମେ ୧୫୦ରୁ ଅଧିକ ପ୍ରଥମ ଶ୍ରେଣୀର ଛାତ୍ରମାନେ ଲଣ୍ଡା ହୋଇ କଲେଜ ପରିକ୍ରମା କରିଛନ୍ତି। ଖାଲି ସେତିକି ନୁହେଁ, ସିନିୟର ଛାତ୍ରଙ୍କୁ ସାଲ୍ୟୁଟ ମଧ୍ୟ ମାରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି।

ଉକ୍ତ ବିଶ୍ୱବିଦ୍ୟାଳର କୁଳପତି ଡ.ରାଜ କୁମାର କହିଛନ୍ତି, “ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଗିଂ ରୋକିବା ପାଇଁ ଏକ ସ୍ପେଶାଲ ସ୍କ୍ୱାଡ ଗଠନ କରାଯାଇଛି। ଏଭଳି ଘଟଣା ପୂର୍ବରୁ ଏକାଧିକ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଏହି ରାଗିଂ କାର୍ଯ୍ୟକଳାପ ଉପରେ ଆମେ ନଜର ରଖିଥାଉ। ତଥାପି ଏଭଳି ଘଟଣା କେମିତି ଘଟିଲା, ତାହା ଆମକୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣାରେ ସାମିଲ ଥିବା ଛାତ୍ରମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ”

ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଧଳା କୋଟ୍‌ ପିନ୍ଧିଥିବା ଛାତ୍ରମାନେ ଗୋଟିଏ ଧାଡ଼ିରେ ଆସୁଥିବା ଦେଖିବାକୁ ମଳୁଛି। ଏହି ଧାଡ଼ିରେ ଥିବା ସମସ୍ତ ଛାତ୍ର ଲଣ୍ଡା ହୋଇଛନ୍ତି। ଦ୍ୱିତୀୟ ଭିଡିଓରେ ଲଣ୍ଡା ହୋଇଥିବା ଛାତ୍ରମାନେ ସାମ୍ନାରେ ଛିଡ଼ା ହୋଇଥିବା ସିନିୟର ଛାତ୍ରମାନଙ୍କୁ ସାଲ୍ୟୁଟ ମାରୁଛନ୍ତି। ତୃତୀୟ ଭିଡିଓରେ ବିଶ୍ୱବିଦ୍ୟାଳୟ ସିକ୍ୟୁରିଟି ଗାର୍ଡ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ହେଁ ଘଟଣାରେ କୌଣସି ପ୍ରକାରର ହସ୍ତକ୍ଷେପ କରୁ ନଥିବା ଦେଖିବାକୁ ମିଳୁଛି।

ସୌଜନ୍ୟ: The Quint

https://youtu.be/eQiBGDtlo0M

Related story