ଦେଶରେ କରୋନା ମୃତ୍ୟୁସଂଖ୍ୟା ୯୩୭, ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାରର ନିକଟବର୍ତ୍ତୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ ପ୍ରତିଦିନ ୧୫ ଶହରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ଆଉ ୧୫୯୪ ଜଣ କରୋନାରେ ଆକ୍ରାନ୍ତ ହେବାରୁ ଏବେ ଦେଶରେ ପଜିଟିଭ ସଂଖ୍ୟା ୩୦ ହଜାରର ନିକଟବର୍ତ୍ତୀ ହୋଇଛି। ସେହିପରି ଗୋଟିଏ ଦିନରେ ୫୧ ଜଣଙ୍କ ମୁଣ୍ଡ ନେଇଛି କରୋନା। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୩୭ରେ ପହଞ୍ଚି […]

qa

qa

Hemant Lenka
  • Published: Tuesday, 28 April 2020
  • Updated: 28 April 2020, 06:38 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ ପ୍ରତିଦିନ ୧୫ ଶହରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ଆଉ ୧୫୯୪ ଜଣ କରୋନାରେ ଆକ୍ରାନ୍ତ ହେବାରୁ ଏବେ ଦେଶରେ ପଜିଟିଭ ସଂଖ୍ୟା ୩୦ ହଜାରର ନିକଟବର୍ତ୍ତୀ ହୋଇଛି।

ସେହିପରି ଗୋଟିଏ ଦିନରେ ୫୧ ଜଣଙ୍କ ମୁଣ୍ଡ ନେଇଛି କରୋନା। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୩୭ରେ ପହଞ୍ଚି ଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଯାଏ କରୋନାରେ ଆକ୍ରାନ୍ତ ହୋଇଥିବା ୭,୦୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶରେ ଆରୋଗ୍ୟ ହାର ୨୩.୩୩%କୁ ବୃଦ୍ଧି ପାଇଥିବା କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସନ୍ଧ୍ୟା ୫.୩୦ରେ ଦେଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୨୯,୯୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୭,୦୨୭ ଜଣ ସୁସ୍ଥ ହେବାରୁ ବିଭିନ୍ନ ହସ୍ପିଟାଲରେ ୨୨,୦୧୦ ଜଣ ଚିକିତ୍ସିତ ହେଉଛନ୍ତି।

ଦେଶର ସବୁ ରାଜ୍ୟଗୁଡ଼ିକ ତୁଳନାରେ ମହାରାଷ୍ଟ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୮,୫୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୬୯ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୪୮ ଓ ମୃତକଙ୍କ ସଂଖ୍ୟା ୧୬୨ରେ ପହଞ୍ଚି ଯାଇଛି।

କ୍ଷତିଗ୍ରସ୍ତ ରାଜ୍ୟର ୩ ନଂ ସ୍ଥାନରେ ଦିଲ୍ଲୀ ରହିଛି। ଦିଲ୍ଲୀରେ ୩୦୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୪ ଜଣ ପ୍ରାଣ ହରାଇଛନ୍ତି। ମଧ୍ୟପ୍ରଦେଶରେ ୧୧୩, ଆନ୍ଧ୍ର ପ୍ରଦେଶରେ ୩୧, କର୍ଣ୍ଣାଟକାରେ ୨୦, କେରଳରେ ୪, ପଞ୍ଜାବରେ ୧୮, ରାଜସ୍ଥାନରେ ୪୬, ତାମିଲନାଡୁରେ ୨୪, ତେଲେଙ୍ଗାନାରେ ୨୬, ଉତ୍ତର ପ୍ରଦେଶରେ ୩୧ ଓ ପଶ୍ଚିମବଙ୍ଗରେ ୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story