ଜମ୍ମୁ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୩ ଶିଶୁ ଏବଂ ୪ ମହିଳାଙ୍କ ସହି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ଗାଡ଼ି ଲିଙ୍କ ରୋଡ୍ରୁ ଖସିଯାଇ ଏଭଳି ଦୁର୍ଘଟଣା ଘଟିଛି। ଡୋଡା ଜିଲ୍ଲା ପୁଲିସ୍ ମୁଖ୍ୟ ମୁମ୍ତାଜ୍ ଅହମ୍ମଦ କହିଛନ୍ତି, ୧୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଗାଡ଼ି ଭୋର ୨.୪୫ ବେଳକୁ ଲିଙ୍କ ରୋଡ୍ରୁ ୫୦୦ ଫୁଟ ତଳକୁ ବାତୋଟେ-ଡୋଡା ହାଇୱେକୁ ଖସିପଡ଼ିଥିଲା। ଏଥିରେ ମାତ୍ର ଜଣେ ଲୋକ ବଞ୍ଚିଯାଇଛନ୍ତି।
ସେ କହିଛନ୍ତି, ଏଥିରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୭ ଜଣ ଥିଲେ। ସେମାନେ ଡୋଡାରୁ ମରମତ୍ ଯାଉଥିଲେ। ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବର୍ତ୍ତିଯାଇଛନ୍ତି।
ସେ କହିଛନ୍ତି, ଯଦିଓ ପୂରା ଘଟଣା ବାବଦରେ ତଦନ୍ତ ପରେ କହିହେବ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଡ୍ରାଇଭର ଜଣକ ଏକ ବ୍ଲାଇଣ୍ଡ କର୍ଭ ଦେଖିବାରେ ଅସମର୍ଥ ହୋଇଥିଲେ। ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କାରଣରୁ ଏଭଳି ଘଟିଥିବା ମଧ୍ୟ ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ବଞ୍ଚିଯାଇଥିବା ବ୍ୟକ୍ତି ସ୍ଥାନୀୟ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନିର୍ବାଚନ ପୂର୍ବରୁ ଫାଟ, 'ଇଣ୍ଡି ବ୍ଲକ୍'ରୁ କଂଗ୍ରେସକୁ ଆଉଟ୍ କରିବାକୁ ଚାହୁଁଛି ଆପ୍
ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ।
National
୨୦୨୩-୨୪ ବର୍ଷରେ ବି ବିଜେପି ମାଲେମାଲ, ପାଇଛି ୨,୨୪୪ କୋଟି ଚାନ୍ଦା
୨୦୨୩-୨୪ ବର୍ଷରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି।
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...