ବାପା ମା’ଙ୍କ ଭୁଲ ପାଇଁ ଜଳିଗଲେ ଝିଅ

ମୁମ୍ବାଇ: ଏକ ଦୁଃଖଦ ଘଟଣାକ୍ରମରେ ବାପାମା’ଙ୍କ ଭୁଲ ପାଇଁ ଜଣେ ୧୬ ବର୍ଷୀୟ ଝିଅ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛି। ମୁମ୍ବାଇର ଦାଦ୍ରା ଠାରେ ଥିବା ଏକ ଘର ମଧ୍ୟରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଶ୍ରାବଣୀ ଚଭନ ନିଜ ବାପାମା’ଙ୍କ ସହ ରହୁଥିଲେ। ରବିବାର ଶ୍ରାବଣୀ ଶୋଇଥିବା ବେଳେ ବାହାର ପଟୁ ବାପାମା’ କବାଟ ଦେଇ ଏକ ବିବାହ ଉତ୍ସବକୁ ଚାଲି ଯାଇଥିଲେ। ସେମାନେ ଭାବିଥିଲେ ଶ୍ରାବଣୀ ତାଙ୍କ ରୁମରେ […]

s

Hemant Lenka
  • Published: Tuesday, 14 May 2019
  • , Updated: 14 May 2019, 03:17 PM IST

ମୁମ୍ବାଇ: ଏକ ଦୁଃଖଦ ଘଟଣାକ୍ରମରେ ବାପାମା’ଙ୍କ ଭୁଲ ପାଇଁ ଜଣେ ୧୬ ବର୍ଷୀୟ ଝିଅ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛି। ମୁମ୍ବାଇର ଦାଦ୍ରା ଠାରେ ଥିବା ଏକ ଘର ମଧ୍ୟରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଶ୍ରାବଣୀ ଚଭନ ନିଜ ବାପାମା’ଙ୍କ ସହ ରହୁଥିଲେ। ରବିବାର ଶ୍ରାବଣୀ ଶୋଇଥିବା ବେଳେ ବାହାର ପଟୁ ବାପାମା’ କବାଟ ଦେଇ ଏକ ବିବାହ ଉତ୍ସବକୁ ଚାଲି ଯାଇଥିଲେ। ସେମାନେ ଭାବିଥିଲେ ଶ୍ରାବଣୀ ତାଙ୍କ ରୁମରେ ରହି ପାଠ ପଢ଼ିବ। ତେବେ ଘରେ ହଠାତ୍‌ କୌଣସି କାରଣ ପାଇଁ ନିଆଁ ଲାଗିଯାଇଥିଲା। ସେ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ହେଁ ରୁମ୍‌ଟି ବାହାର ପଟୁ ଲକ୍‌ ହୋଇଥିବାରୁ ସେ ଏଥିରେ ସଫଳ ହୋଇପାରି ନଥିଲେ।

ରବିବାର ରାତି ୧.୪୫ରେ ଶ୍ରାବଣୀ ରହୁଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା। ରବିବାର ହୋଇଥିବାରୁ ଏହି ମହଲାରେ ଆଉ କୌଣସି ଲୋକ ନଥିଲେ। ଫଳରେ ଶ୍ରାବଣୀ ସାହାଯ୍ୟ ପାଇଁ ବିକଳ ହୋଇ ଯେତେ ଚିତ୍କାର କରିଥିଲେ ହେଁ ତାଙ୍କ ସ୍ୱର କାହାକୁ ଶୁଭି ନଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଶ୍ରାବଣୀଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story