ଗୁଜରାଟ ଦଙ୍ଗାକାରୀଙ୍କୁ ଜାମିନ, ଏହି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୭ ଜଣଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଜାମିନ ଦେବା ବେଳେ ସୁପ୍ରିମକୋର୍ଟ କଡ଼ା ସର୍ତ୍ତ ରଖିଛନ୍ତି। ଜାମିନ ପାଇଥିବା ଦୋଷୀମାନେ ପଡ଼ୋଶୀ ମଧ୍ୟପ୍ରଦେଶକୁ ସ୍ଥାନାନ୍ତର ହେବେ ଏବଂ ସେଠାରେ ବିଭିନ୍ନ ପ୍ରକାରର ସାମାଜିକ କାମରେ ନିଜକୁ ସାମିଲ କରିବେ। ୩୩ ଜଣ ମୁସଲିମଙ୍କୁ ଜୀଅନ୍ତା ଜାଳିବା ଘଟଣାରେ ଏମାନଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ଏବେ ଜାମିନ ପରେ ସେମାନେ […]

ng

Hemant Lenka
  • Published: Tuesday, 28 January 2020
  • , Updated: 28 January 2020, 03:57 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୭ ଜଣଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଜାମିନ ଦେବା ବେଳେ ସୁପ୍ରିମକୋର୍ଟ କଡ଼ା ସର୍ତ୍ତ ରଖିଛନ୍ତି। ଜାମିନ ପାଇଥିବା ଦୋଷୀମାନେ ପଡ଼ୋଶୀ ମଧ୍ୟପ୍ରଦେଶକୁ ସ୍ଥାନାନ୍ତର ହେବେ ଏବଂ ସେଠାରେ ବିଭିନ୍ନ ପ୍ରକାରର ସାମାଜିକ କାମରେ ନିଜକୁ ସାମିଲ କରିବେ।

୩୩ ଜଣ ମୁସଲିମଙ୍କୁ ଜୀଅନ୍ତା ଜାଳିବା ଘଟଣାରେ ଏମାନଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ଏବେ ଜାମିନ ପରେ ସେମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟ କରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ଜାମିନ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କରିଥିଲେ। ଖଣ୍ଡପୀଠ କହିଛନ୍ତି, ମଧ୍ୟପ୍ରଦେଶ ପ୍ରଶାସନ ସମସ୍ତ ଦୋଷୀଙ୍କୁ ଦୁଇ ଭାଗରେ ବିଭିକ୍ତ କରିବେ ଓ ସେମାନେ କେଉଁ କାର୍ଯ୍ୟ କରିବେ, ତାହା ନିର୍ଦ୍ଧାରଣ କରିବେ।

ଗୋଟିଏ ଗ୍ରୁପ୍ ଇନ୍ଦୋରରେ ରହିବେ ଓ ଅନ୍ୟ ଗ୍ରୁପଟି ଜବଲପୁରରେ ରହିବେ। ଇନ୍ଦୋର ଓ ଜବଲପୁର ଜିଲ୍ଲାର ଅଧିକାରୀମାନେ ଏମାନଙ୍କ ଉପରେ ନଜର ରଖିବେ। ସମସ୍ତେ ଯେମିତି ଦିନକୁ ୬ ଘଣ୍ଟା ସମାଜ ସେବାରେ ନିଜକୁ ନିୟୋଜିତ କରିବେ, ସେକଥା ନିଶ୍ଚିତ କରିବେ। ରାଜ୍ୟର ଆଇନ ଅଧିକାରୀମାନେ ପ୍ରତିଦିନ ସେମାନେ କରୁଥିବା କାର୍ଯ୍ୟର ସମୀକ୍ଷା କରିବେ ଓ ଏହାର ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୦୨ ଫେବୃଆରୀ ୨୭ରେ ଗୋଧ୍ରାଠାରେ ସାବରମତୀ ଏକ୍ସପ୍ରେସକୁ ପୋଡ଼ି ଦିଆଯାଇଥିଲା। ଏହାପରେ ସମଗ୍ର ଗୁଜରାଟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଙ୍ଗା ମଧ୍ୟରେ ସରଦରପୁରା ଗାଁରେ ଗୋଟିଏ ଘର ମଧ୍ୟରେ ଥିବା ୩୩ ଜଣ ମୁସଲିମମାନଙ୍କୁ ଦଙ୍ଗାକରୀମାନେ ଜୀଅନ୍ତା ଜାଳିଦେଇଥିଲେ।

ଏହି ଘଟଣାରେ ଗୁଜରାଟ ହାଇକୋର୍ଟ ୧୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୧୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଗୁଜରାଟ ଦଙ୍ଗା ୩ ଦିନ ଧରି ଚାଲିଥିଲା ଓ ଏଥିରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମୁସଲିମ ଥିଲେ।

Related story