ଚାଷୀଙ୍କ ସହ ସଂଘର୍ଷରେ ୧୮ ପୁଲିସ ଆହତ, ଜଣେ ଗୁରୁତର

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଚାଷୀଙ୍କ ସହ ଦିଲ୍ଲୀ ରାଜରାସ୍ତାରେ ପୁଲିସ୍‌ର ସଂଘର୍ଷ ଦେଖିଛି ପୂରା ଦେଶ। ଏହି ସଂଘର୍ଷରେ କେବଳ ଚାଷୀମାନେ ନୁହନ୍ତି, ବରଂ ୧୮ ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆଜି ଚାଷୀଙ୍କ ସହ ଘଟିଥିବା ସଂଘର୍ଷ ବେଳେ ଏହି ପୁଲିସ କର୍ମଚାରୀମାନେ ଆହତ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀରେ ଅତିରିକ୍ତ […]

x

x

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 07:23 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଚାଷୀଙ୍କ ସହ ଦିଲ୍ଲୀ ରାଜରାସ୍ତାରେ ପୁଲିସ୍‌ର ସଂଘର୍ଷ ଦେଖିଛି ପୂରା ଦେଶ। ଏହି ସଂଘର୍ଷରେ କେବଳ ଚାଷୀମାନେ ନୁହନ୍ତି, ବରଂ ୧୮ ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆଜି ଚାଷୀଙ୍କ ସହ ଘଟିଥିବା ସଂଘର୍ଷ ବେଳେ ଏହି ପୁଲିସ କର୍ମଚାରୀମାନେ ଆହତ ହୋଇଥିଲେ।

ସୁରକ୍ଷା ଦୃଷ୍ଟିରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀରେ ଅତିରିକ୍ତ ଫୋର୍ସ ମୁତୟନ କରିଛି। ମଙ୍ଗଳବାର ସନ୍ଧ୍ୟାରେ ଚାଷୀ ଓ ପୁଲିସ୍‌ ସଂଘର୍ଷ ଘଟଣାକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକ ପରେ ଦିଲ୍ଲୀରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି।

ଆଜି ଆନ୍ଦୋଳନକାରୀ ଚାଷୀମାନେ ଲାଲକିଲ୍ଲାରେ ପ୍ରବେଶ କରି ସେଠାରେ ନିଜର ଶିଖ ପତାକା ଉଡ଼ାଇଥିଲେ। ଦୀର୍ଘ ସମୟ ଧରି ସେମାନେ ସେଠାରେ ବିକ୍ଷୋଭ କରିବାକୁ ପୁଲିସ୍‌ ଲାଠିଚାର୍ଜ କରି ସମସ୍ତଙ୍କୁ ବାହାର କରିଛି। ଏହି ସମୟରେ ଆନ୍ଦୋଳନକାରୀମାନେ ପୁଲିସ୍‌ ଉପରକୁ ପଥରମାଡ଼ ମଧ୍ୟ କରିଥିଲେ। ଏବେ ଉକ୍ତ ସ୍ଥାନ ସଂପୂର୍ଣ୍ଣ ଭାବେ ପୁଲିସ୍‌ ନିୟନ୍ତ୍ରଣରେ ରହିଛି। ବିଭିନ୍ନ ସ୍ଥାନରେ ଏବେ ବି ପୁଲିସ ଓ ଚାଷୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos